Monday, November 9, 2026
20.2 C
Odisha

    ଭୋରୁ ଆପଣଙ୍କର ନିଦ ଭାଙ୍ଗୁଛି କି? ଜାଣନ୍ତୁ ଏହା ପଛର ରହସ୍ୟ

    ଆଗକୁ ପଢନ୍ତୁ

    ଭୋର ୩ ଟାରୁ ୪ ଟାରୁ ନୂଆ ଦିନର ଆରମ୍ଭ ହୋଇଥାଏ । ଯାହାକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଇଥାଏ । ବେଳେବେଳେ ଏହି ସମୟରେ ଅନେକ ଲୋକଙ୍କର ଆପେ ଆପେ ନିଦ ଭାଙ୍ଗଯାଇଥାଏ । ଯଦି ଆପଣଙ୍କ ସହିତ ଏପରି ବାରମ୍ବାର ଘଟୁଛି ତେବେ ଏହାକୁ ସାମାନ୍ୟ ଭାବେ ନେବା ଉଚିତ୍ ନୁହେଁ । ଏହି ଘଟଣା ପଛରେ ଅନେକ ରହସ୍ୟ ରହିଛି । ତେବେ ଏହି ସମୟରେ ନିଦ ଭାଙ୍ଗିବା କ’ଣ ସୂଚାଇଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ଧାର୍ମିକ ଶାସ୍ତ୍ରନୁସାରେ ଯେତେବେଳେ ଜଣେ ବ୍ୟକ୍ତିର ଶରୀରରେ ସକରାତ୍ମକ ଶକ୍ତି ସଞ୍ଚାରିତ ହୋଇଥାଏ ସେତେବେଳେ ବ୍ରହ୍ମ ମୁହୂର୍ତ୍ତରେ ଆପେ ଆପେ ନିଦ ଭାଙ୍ଗିଯାଇଥାଏ । ଶୀଘ୍ର ଉଠିବା ସତ୍ତ୍ବେ କ୍ଲାନ୍ତ ଅନୁଭବ କରନ୍ତି ନାହିଁ । ଯଦି ଆପଣ ପ୍ରାୟତଃ ସକାଳ ୩ ରୁ ୪ ଟା ମଧ୍ୟରେ ଉଠିଯାଆନ୍ତି ତେବେ ଆପଣ ସଠିକ୍ ପଥରେ ଅଛନ୍ତି ଏବଂ ଜୀବନକୁ ପୂର୍ଣ୍ଣ ଭାବରେ ବଞ୍ଚୁଛନ୍ତି ବୋଲି ଜାଣିବେ । ଯଦି ଆପଣ ଏହି ସମୟରେ ପ୍ରତିଦିନ ଉଠୁଛନ୍ତି ତେବେ ଦିବ୍ୟ ଶକ୍ତିଗୁଡିକ ଆପଣଙ୍କୁ ସଠିକ୍ ମାର୍ଗଦର୍ଶନ କରୁଛନ୍ତି ବୋଲି ବୁଝିଯାଅ । ଯାହା ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ ଏବଂ ଜୀବନରେ ଥିବା ସମସ୍ତ ଅସୁବିଧାକୁଡିକୁ ଦୂର କରିଦେବାରେ ସାହାଯ୍ୟ କରିବ । ଏପରି ଉଠିବାକୁ ଆଧ୍ୟାତ୍ମିକ ଜାଗରଣକୁ ସୂଚିତ କରେ । ଏହି ସମୟରେ ଉଠି ଧ୍ୟାନ କରିବା ଉଚିତ୍ । ଯାହା ସକରାତ୍ମକ ଉର୍ଜା ସୃଷ୍ଟି କରିଥାଏ । ଯାହାଦ୍ବାରା ଆଧ୍ୟାତ୍ମିକ ଦିଗରେ ଉନ୍ନତି ଆଣିବ ।

    ଏହି ସମୟରେ ଉଠି ଧ୍ୟାନ କରିବା ଦ୍ବାରା ଭଗବାନଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ । ବ୍ରହ୍ମ ମୁହୂର୍ତ୍ତରେ ଉଠି ଆପଣ ଆପଣଙ୍କର ପ୍ରିୟ ଠାକୁରଙ୍କୁ ସ୍ମରଣ କରିବା ଉଚିତ୍ । ଏହା ବ୍ୟତୀତ ଏହି ସମୟରେ ଉଠିବା ଆପଣଙ୍କ ପୂର୍ବ ଜନ୍ମର ଭଲ କର୍ମର ପରିଣାମ ବୋଲି ଧାର୍ମିକ ଶାସ୍ତ୍ରରେ ବିଶ୍ବାସ କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.2 ° C
    20.2 °
    20.2 °
    73 %
    0.8kmh
    0 %
    Mon
    27 °
    Tue
    26 °
    Wed
    26 °
    Thu
    25 °
    Fri
    26 °

    ସମ୍ବନ୍ଧିତ