Tuesday, March 24, 2026
21.9 C
Odisha

    କନ୍ଧମାଳର ୨ଟି ବୁ୍‌ଥ୍‌ରେ ସାନି ମତଦାନ

    ଆଗକୁ ପଢନ୍ତୁ

    ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକ ସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବୁଥ୍‌ ନମ୍ବର ୨୬ ଏବଂ ୨୮ରେ ପୁନଃ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି। ଏହି ପ୍ରକ୍ରିୟା ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। କିରାସିରା ବୁଥରେ ରିଗିଂ ଅଭିଯୋଗ ହୋଇଥିଲା। ସେହିପରି ମହେଶ୍ୱରପିଣ୍ଡା ବୁଥ୍‌ରେ ମତଦାନ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ମତଦାନ ବନ୍ଦ ରହିଥିଲା। ସେଠାରେ ସାନି ମତଦାନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ବୁଥ୍‌ର ସମସ୍ତ ଭୋଟରଙ୍କୁ ଏନେଇ ସୂଚନା ଦେବା ପାଇଁ ଉଭୟ ବୌଦ୍ଧ ଓ କନ୍ଧମାଳର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଇସିଆଇ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    64 %
    1.9kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ