Saturday, July 27, 2024
25.7 C
Odisha

    ନବୀନ ବାବୁଙ୍କୁ ଆରାମ ଦିଅନ୍ତୁ, ବାହାର ଲୋକକୁ ବାହାରକୁ ପଠାନ୍ତୁ ଓ ଓଡ଼ିଆ ଲୋକକୁ ଓଡ଼ିଶାର ଶାସନଭାର ଦିଅନ୍ତୁ: ଜେପି ନଡ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କରଞ୍ଜିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଚାର । ନିଜ ଅଭିଭାଷଣ ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରିଛନ୍ତି ନଡ୍ଡା । ଜନସଭାରେ ନଡ୍ଡା କହିଛନ୍ତି, ୨୧ରୁ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି । ସେହଭିଳି ନବୀନ ବାବୁଙ୍କୁ ଆରାମ ଦେଇ ବିଜେପି ସରକାର ଓଡ଼ିଶାରେ ଗଠନ କରିବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି । ନରେନ୍ଦ୍ର ମୋଦୀଙ୍କ ୧୦ ବର୍ଷର ସରକାରରେ ରାଜନୀତିର ପରିଭାଷା ବଦଳିଛି । ଏବେ ସାଧାରଣ ଲୋକଟିଏ ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଢିବାକୁ ଆଗଭର ହେଉଛି । ପୂର୍ବରୁ ଭାରତରେ ରାଜନୀତି ଧର୍ମ, ଜାତି, ଅଞ୍ଚଳକୁ ନେଇ ହେଉଥିଲା । ନିଜ ନିଜ ଭିତରେ ଲଢେଇ କରାଉଥିଲେ ରାଜନୈତିକ ଦଳ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଯେବେଠୁ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ନାରା ଦେଇଛନ୍ତି ସେବେଠୁ ବିକାଶମୂଳକ ରାଜନୀତି ଆରମ୍ଭ ହୋଇଛି । ପୂର୍ବରୁ ଆଦିବାସୀ ଲୋକଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛନ୍ତି । ଏବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଜଣେ ଆଦିବାସୀ ମହିଳା । ଏହାକୁ ମୋଦୀ ସମ୍ଭବ କରି ଦେଖାଇଛନ୍ତି । ଭାରତରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକଲବ୍ୟ ମଡେଲ ସ୍କୁଲ ଖୋଲିଛନ୍ତି ମୋଦୀ ସରକାର । ଏବେ ଆଦିବାସୀ ଲୋକ ସଂଗ୍ରହ କରୁଥିବା ୯୦ଟି ଜଙ୍ଗଲଜାତ ଦ୍ରବ୍ୟକୁ ଏମଏସପିରେ ସାମିଲ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ