ମୁମ୍ବାଇ : ରାନୀ ମୁଖର୍ଜୀଙ୍କୁ କିଛି ଦିନ ତଳେ ଜାତୀୟ ପୁରସ୍କାର ମିଳିଥିଲା । ରାନୀ ମୁଖର୍ଜୀ ନିଜ ଫିଲ୍ମ କଭି ଅଲବିଦା ନା କେହନା ବିଷୟରେ କିଛି କଥା ସେୟାର କରିଛନ୍ତି । ସେ ଏହି ଫିଲ୍ମରେ ନିଜର ସାହସୀକତା ଦେଖାଇଥିଲେ । ଯେଉଁଥିରେ ସମାଜର ନିୟମ କାନୁନକୁ ନେଇ ଦର୍ଶକଙ୍କୁ ସତ ଦେଖାଇବାରେ କାମ କରିଥିଲେ । ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ କଣ କହିଥିଲେ ।
ରାନୀ ମୁଖର୍ଜୀ ଏକ ଗଣ ମାଧ୍ୟମକୁ କହିଥିଲେ କି ଏହି ଫିଲ୍ମରେ ଏକ ଅଂଶ ହୋଇଥିବାରୁ ବହୁତ ଖୁସି ଲାଗୁଛି । ଯାହା ନିଜ ସମୟ ଠାରୁ ବହୁତ ଆଗରେ ରହିଛି । ହେଇପାରେ ଭାରତ ଏହା ପାଇଁ ପ୍ରସ୍ତୁତ ନୁହେଁ । କିନ୍ତୁ ଇତିହାସରେ ଯେବେ ଲୋକ ତୁମ ଫିଲ୍ମ ବିଷୟରେ କଥା ହେବେ ସେତେବେଳେ ଦେଶ ଆଗରେ ମନଖୋଲି କଥା ହୋଇପାରିବେ । ଆଉ ଏଭଳି ଦର୍ଶକଙ୍କୁ ସମ୍ବର୍ଧିତ କରିବା ପାଇଁ ମନେ ରଖିବେ । ଯେଉଁମାନେ କି ସତକୁ ସାମନ୍ନା କରିବାକୁ ପ୍ରସ୍ତୁତ ନୁହନ୍ତି । କିନ୍ତୁ ସେ ଲୋକଙ୍କୁ ନିଜ ଜୀବନର ସତତା ଦେଖିବାକୁ ଏକ ସୁଯୋଗ ଦେଇଥିଲେ ।
ଅଭିନେତ୍ରୀ କଭି ଅସବିଦା ନା କେହେନା ର ଫିଲ୍ମ ର କାହାଣୀ ବିଷୟରେ କଥାହେବାକୁ ଯାଇ ସତ କହିଥିଲେ । ସେ କହିଥିଲେ ଏକ ଭଲ ମଣିଷ ହେବା ଏବଂ ସ୍ତ୍ରୀକୁ ଭଲ ପାଇବା ପରେ ମଧ୍ୟ ସମ୍ପର୍କରେ ବହୁତ କିଛି ରହିଛି । ଏଥିପାଇଁ ଆପଣଙ୍କ ସ୍ବାମୀ ଆପଣଙ୍କୁ ମାରି ନଥିବା ଯୋଗୁ ସେ ଜଣେ ଭଲ ସ୍ବାମୀ ହୋଇନଥାଏ । ଠିକ ସେମିତି କାହାକୁ ଭଲ ପାଇବା ବି ବହୁତ ଗୁରୁତ୍ବପୁର୍ଣ୍ଣ ହୋଇଥାଏ । ଆମର ପୂର୍ବ ପିଢୀମାନେ ବହୁତ ଥର ବୁଝାଇଥିଲେ । ସେମାନେ କେବଳ ଜଣେ ଭଲ ସ୍ବାମୀ ସହିତ ଖୁସି ଥିଲେ ଯିଏକି ତାଙ୍କୁ ବହୁତ ଭଲ ପାଉଥିଲେ ।
ଅଭିନେତ୍ରୀ ଜଣକ ବିବାହିତ ଦମ୍ପତ୍ତି ମଧ୍ୟରେ ଶାରୀରିକ ଆକର୍ଷଣ ବିଷୟରେ ମଧ୍ୟ କଥା ହୋଇଥିଲେ । ବହୁତ ବାହାଘର ଭାଙ୍ଗି ଥିବା କହିଥିଲେ । ଯାହାକି ଏହି ଫିଲ୍ମରେ ରହିଛି । ଏହି ସବୁ ବିଷୟ କଭି ଅଲବିଦା ନା କେହେନା ସମୟରେ ଅସହଜ ଲାଗୁଥିଲା ।
ଅଭିନେତ୍ରୀ କହିଥିଲେ କେମିତି ମହିଳା ମାନଙ୍କୁ ନିଜ ପସନ୍ଦ ବାଛିବା ପାଇଁ ସାମାଜିକ କଳଙ୍କ ଗୁଡିକୁ ସାମନା କରିବାକୁ ପଡିଥାଏ ।ଏହାପରେ ସେ ନିଜର ଫିଲ୍ମ ର ଚରିତ୍ର ବିଷୟରେ କହିବାକୁ୍ ଲାଗିଲେ । ଅଭିନେତ୍ରୀ କହିଥିଲେ ଯେତେବେଳେ କୌଣସି ପୁରୁଷ ବାଛିଥାଏ ତେବେ ଲୋକେ ତାଙ୍କୁ ସହମତି ଦେଇଥାନ୍ତି । କିନ୍ତୁ ଯେତେବେଳେ କୌଣସି ମହିଳା ଏହା ନିଣ୍ଣୟ କରିଥାଏ କି ସେ ବିବାହରୁ ବାହାରେ ରହିବାକୁ ଚାହୁଛି କୈଣସି ସମ୍ପର୍କରୁ । ତାହେଲେ ତାହା ଲୋକଙ୍କୁ ଅସହଜ ଲାଗିଥିଲା ।
ଏହି ଫିଲ୍ମକୁ କରନ ଜୋହରଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ କଭି ଅଲବିଦା ନା କେହେନା ୨୦୦୬ ମସିହାରେ ରିଲିଜ୍ ହୋଇଥିଲା । ଏଥିରେ ରାନୀ ମୁଖର୍ଜୀ ଙ୍କ ବତିତ ଏହି ଫିଲ୍ମରେ ଶାହାରୁୁଖ ଖାନ୍ ,ପ୍ରୀତି ଜିଣ୍ଟା,ଅଭିଷେକ ବଚ୍ଚନ,ଅମିତାଭ ବଚ୍ଚନ,ଭଳି କଳାକାର ରହିଥିଲେ ।