ଭୁବନେଶ୍ୱର : ଜିଲ୍ଲାସ୍ତରରେ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବ ପୋଲିସ । ରାଜ୍ୟରେ ଆରମ୍ଭ ହେବ ଟ୍ରାଫିକ ୱାର୍ଡେନ ବ୍ୟବସ୍ଥା । ପ୍ରାଥମିକ ଭାବେ ୫ଟି ଜିଲ୍ଲାରେ ୫୦୦ ଟ୍ରାଫିକ ୱାର୍ଡେନ ନିଯୁକ୍ତ ହେବେ । ଏହାପରେ ବାକି ଜିଲ୍ଲା ଗୁଡିକରେ ନିଯୁକ୍ତି ହେବେ । ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଯେଉଁ ୫ ଜିଲ୍ଲାରେ ଟ୍ରାଫିକ୍ ୱାର୍ଡେନ ନିଯୁକ୍ତ ହେବେ, ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼। ଏହି ନିଯୁକ୍ତି ଦାୟିତ୍ବ ଜିଲ୍ଲାର ଏସପି ମାନଙ୍କୁ ଦିଆଯିବ । ସେମାନଙ୍କୁ ଟ୍ରାଫିକ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ଦିଆଯିବ। ଜାତୀୟ ରାଜପଥ ପାଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ ପୋଲିସ ଅଧିକାରୀ । ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଛି ଦୁର୍ଘଟଣାର ହାର ରୋକିବା ପାଇଁ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।❤️