Friday, April 3, 2026
39 C
Odisha

    କମୁନି ବ୍ରାହ୍ମଣୀର ଜଳସ୍ତର: ମନ୍ଦିରା ଡ୍ୟାମ୍‌ ଖୋଲିଲା ୮ ଗେଟ୍‌

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ : ଝାଡ଼ଖଣ୍ଡରେ ଲଗାଣବର୍ଷା ସୁନ୍ଦରଗଡ଼ବାସୀଙ୍କ ଚିନ୍ତା ବଢ଼ାଇଛି। ଗତ ସପ୍ତାହେ ଧରି ବ୍ରାହ୍ମଣୀରେ ଜଳସ୍ତର କମୁନି। ଜଳସ୍ତର ବଢୁଥିବାରୁ ଗତକାଲି ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍‌ରୁ ୮ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ର ଜଳସ୍ତର ରହିଛି ୬୭୮.୯୦ ଫୁଟ୍‌। ଡ୍ୟାମ୍‌ ଭିତରକୁ ସେକେଣ୍ଡରେ ୨୮୬୦୭ କ୍ୟୁସେକ୍‌ ଜଳ ଆସୁଥିବାବେଳେ ୨୮୫୫୪ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ୬ଟି ଗେଟ୍‌ ୮ ଫୁଟ୍‌ ଲେଖାଏଁ ଖୋଲାଯାଇଛି। ବ୍ରାହ୍ମଣୀର ଜଳସ୍ତର ୧୭୩.୭୦୦ ମିଟର ରହିଛି। ବ୍ରାହ୍ମଣୀର ବିପଦସଂକେତ ୧୭୮.୪୨୦ ମିଟର ଓ ସତର୍କ ଜଳସ୍ତର ରହିଛି ୧୭୭.୫୧୦ ମିଟର। ସପ୍ତାହକ ପୂର୍ବରୁ ନଦୀଜଳ ୧୭୪.୨୪୦ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ବ୍ରାହ୍ମଣୀର ଜଳସ୍ତର ବଢ଼ୁଥିବାରୁ ସହର ତଳିବାସିନ୍ଦାଙ୍କ ଚିନ୍ତା ବଢ଼ିଛି।

    ସପ୍ତାହକ ପୂର୍ବରୁ ପାନପୋଷ ବାଲୁଘାଟ ଅଞ୍ଚଳରେ ୪ରୁ ଅଧିକ ବସ୍ତିରେ ବନ୍ୟାଜଳ ପଶିଥିଲା। କ୍ଷତିଗ୍ରସ୍ତ ପରିବାରଙ୍କୁ ନିକଟସ୍ଥ ଦୁଇଟି ବିଦ୍ୟାଳୟରେ ରଖାଇଥିଲା। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା। ଜଳସ୍ତର କମିବା ପରେ କ୍ଷତିଗ୍ରସ୍ତ ପରିବାର ପିଲାଛୁଆଙ୍କୁ ଧରି ନିଜନିଜ ଘରକୁ ଫେରିଥିଲେ। ପୁଣି ବ୍ରାହ୍ମଣୀ ଜଳସ୍ତର ବଢ଼ିବାରୁ ଗୁରୁବାର ରାତିଠୁ ସହରତଳି ବସ୍ତିକୁ ବନ୍ୟାଜଳ ପଶିବା ଆରମ୍ଭ ହୋଇଛି। ଆର୍‌ଏମ୍‌ସି ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ସ୍ଥିତି ଉପରେ ନଜର ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ