Saturday, April 11, 2026
37.5 C
Odisha

    କମ୍ପାନୀ କରୁଛି ଖର୍ଚ୍ଚ କାଟ; ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଟେଲ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀନ: ଆମେରିକାର ଚିପ୍ ନିର୍ମାତା କମ୍ପାନୀ ଇଣ୍ଟେଲ ଖର୍ଚ୍ଚକାଟ କରିବା ଲାଗି ଏହାର ୧୫% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ଛଟେଇ ପରେ କମ୍ପାନୀ ପ୍ରାୟ ୨୦ ବିଲିୟନ ଡଲାର ଟଙ୍କା ସଂଚୟ କରିବ। ନିକଟରେ ପ୍ରକାଶ ପାଇଥିବା ଶେଷ ତ୍ରୈମାସିକ ରିପୋର୍ଟ ଅନୁସାରେ କମ୍ପାନୀ ୧.୬ ବିଲିୟନ ଡଲାର ତାଙ୍କ କ୍ଷତି ରିପୋର୍ଟ କରିଥିଲା। ଇଣ୍ଟେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ୟାଟ୍ ଗେଲସିଙ୍ଗର୍ କହିଛନ୍ତି ଯେ ଆମର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ପ୍ରଦର୍ଶନ ନିରାଶାଜନକ ଥିଲା, ଯେତେବେଳେ କି ଆମେ ପ୍ରମୁଖ ଉତ୍ପାଦ ଏବଂ ପ୍ରକ୍ରିୟାକରଣ ଟେକ୍ନୋଲୋଜି ମାଇଲଖୁଣ୍ଟକୁ ହାସଲ କରିଥିଲୁ। ଆମେ ପୂର୍ବରୁ ଆଶା କରିଥିବା ଅପେକ୍ଷା ଦ୍ୱିତୀୟ ତ୍ରୈମାସିକ ଧାରା ଅଧିକ ଆହ୍ୱାନପୂର୍ଣ୍ଣ ବୋଲି ସେ କହିଛନ୍ତି। ସେହିପରି ମୁଖ୍ୟ ଅର୍ଥନୈତିକ ଅଧିକାରୀ ଡେଭିଡ୍ ଜିନ୍ସର୍ଙ୍କ କହିବାନୁସାରେ, ଦ୍ୱିତୀୟ ତ୍ରୈମାସିକ ଆୟ ଇଣ୍ଟେଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପିସି ଉତ୍ପାଦ ଏବଂ ଏହାର ସୁବିଧାରେ ଅବ୍ୟବହୃତ କ୍ଷମତା ଉପରେ “ହେଡୱିଣ୍ଡ” ଦ୍ୱାରା ନକାରାତ୍ମକ ଭାବେ ପ୍ରଭାବିତ ହୋଇଥିଲା। ଜିନ୍ସନର୍ କହିଛନ୍ତି ଯେ ଆମର ଖର୍ଚ୍ଚ ହ୍ରାସକୁ କାର୍ଯ୍ୟକାରୀ କରି ଆମେ ଆମର ଲାଭରେ ଉନ୍ନତି ଆଣିବା ଏବଂ ଆମର ବାଲାନ୍ସ ଶୀଟ୍ କୁ ମଜବୁତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଉଛୁ। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ନିଷ୍ପତ୍ତି ବ୍ୟବସାୟ ସ୍ଥିତି, ବଜାରର ଗତିଶୀଳତା ଏବଂ ଦାୟିତ୍ୱପୂର୍ଣ୍ଣ ପୁଞ୍ଜି ପରିଚାଳନା ଉପରେ ଆଧାରିତ। ଇଣ୍ଟେଲ ରିପୋର୍ଟ କରିଛି ଯେ ଗତ ବର୍ଷ ଶେଷ ସୁଦ୍ଧା କମ୍ପାନୀର ୧୨୪,୮୦୦ କର୍ମଚାରୀ ଅଛନ୍ତି, ଅର୍ଥାତ ଏହି ଛଟେଇ ଦ୍ୱାରା ପ୍ରାୟ ୧୮,୦୦୦ କର୍ମଚାରୀ ଜୀବିକା ହରାଇପାରନ୍ତି। ଜୁନ୍ ମାସରେ, ଇଣ୍ଟେଲ ଇସ୍ରାଏଲର ଏକ ପ୍ରମୁଖ କାରଖାନା ପ୍ରକଳ୍ପର ସମ୍ପ୍ରସାରଣକୁ ବନ୍ଦ କରୁଥିବା ଘୋଷଣା କରିଛି, ଯାହା ଏକ ଚିପ୍ ପ୍ଲାଣ୍ଟକୁ ଅତିରିକ୍ତ ୧୫ ବିଲିୟନ ଡଲାର୍ ଅଧିକ ଖର୍ଚ୍ଚ କରିବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ