Saturday, May 31, 2025
27.4 C
Odisha

କଳାରଙ୍ଗର ପୋଷାକ ପସନ୍ଦ କରୁଥିବା ଝିଅମାନଙ୍କ ସ୍ଵଭାଵ ଖୁବ ମ୍ୟାଚିଓର

ଆଗକୁ ପଢନ୍ତୁ

ବିଶେଷ ଭାବରେ କଳାରଙ୍ଗ ଝିଅମାନଙ୍କର ଖୁବ ପ୍ରିୟ ହୋଇଥାଏ l ମନୋବିଜ୍ଞାନୀଙ୍କ ମତରେ ପୋଷାକ ବ୍ୟକ୍ତିର ପର୍ସନାଲିଟି ମନର ଭାବକୁ ଦର୍ଶାଇଥାଏ l ତେଣୁ ମନୋବିଜ୍ଞାନୀଙ୍କ ମତରେ କଳାରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାମାନେ କିଛିଟା ବିଶେଷ ସ୍ୱଭାବର ହୋଇଥାଆନ୍ତି l

ମନୋବିଜ୍ଞାନ କହୁଛି ଯେ କଳାରଙ୍ଗ ଆତ୍ମବିଶ୍ୱାସ ଓ ଶକ୍ତିର ପ୍ରତୀକ ଅଟେ l କଳା ରଙ୍ଗର ପୋଷାକ ପିନ୍ଧୁଥିବା ଝିଅମାନେ ନିଜକୁ ଅଧିକ ସଶକ୍ତ ଓ ଆତ୍ମନିର୍ଭର ଅନୁଭବ କରନ୍ତି , ଯାହା ତାଙ୍କ ସ୍ପେସିଆଲ କ୍ୱାଲିଟିକୁ ଦର୍ଶାଏ l

କଳାରଙ୍ଗ ରହସ୍ୟ ଓ ଆକର୍ଷଣର ସଂକେତ ଦେଇଥାଏ, କଳାରଙ୍ଗର ପୋଷାକ ପିନ୍ଧୁଥିବା ଝିଅମାନେ ନିଜର ବ୍ୟକ୍ତିତ୍ୱରେ ରହସ୍ୟ ରଖିଥାଆନ୍ତି ଏବଂ ଅନ୍ୟ ନିକଟରେ ନିଜକୁ ଠିକ ଭାବରେ ଉପସ୍ଥାପନ କରିବାରେ ସକ୍ଷମ ଅଟନ୍ତି l

କଳାରଙ୍ଗକୁ ବିଶେଷ ଭାବରେ ପରିପକ୍ଵତାରେ ଯୋଡାଯାଇ ଥାଏ l ମନୋବିଜ୍ଞାନୀଙ୍କ ମତରେ ଯେଉଁମାନେ କଳାରଙ୍ଗକୁ ପସନ୍ଦ କରନ୍ତି ସେମାନେ ନିଜର ପରିପକ୍ଵତା ଅର୍ଥାତ ମ୍ୟାଚୁରିଟିକୁ ଦର୍ଶାଇ ଥାଆନ୍ତି l

କଳାରଙ୍ଗର ପୋଷାକ ପିନ୍ଧିବାକୁ ଅନେକ ବ୍ୟକ୍ତି ଫେସନ ଭାବରେ ଦର୍ଶାଇ ଥାଆନ୍ତି l କିନ୍ତୁ ଏହା ତାହା ନୁହେଁ, ଏଭଳି ପୋଷାକ ପିନ୍ଧୁଥିବା ମହିଳା ମାନେ ନିଜ ପ୍ରତି ବେଶ ସଚେତନ ଅଟନ୍ତି ଏବଂ ଖୁବ ଚାଲାକିର ସହିତ ନିଜକୁ ସୁରକ୍ଷିତ କରି ପାରନ୍ତି l

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
27.4 ° C
27.4 °
27.4 °
74 %
1.4kmh
100 %
Fri
26 °
Sat
36 °
Sun
38 °
Mon
39 °
Tue
38 °

ସମ୍ବନ୍ଧିତ