Friday, April 3, 2026
36.1 C
Odisha

    କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ବିଜେପି ବିଧାୟକ ଦଳ ବୈଠକ ଆଜି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଗତ କିଛିଦିନ ହେବ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରାୟ ୭ ନେତା ସାମିଲ ଥିଲେ ମଧ୍ୟ  ମୁଖ୍ୟମନ୍ତ୍ରୀ ନାମକୁ ନେଇ ବିଜେପି ‘ସର୍‌ପ୍ରାଇଜ୍‌’ ଦେଇପାରେ ବୋଲି ମଧ୍ୟ କୁହାଯାଉଛି। ଆସନ୍ତାକାଲି ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି ଯେଉଁଥିରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇପାରେ ବୋଲି ସୂଚନା ମିଳିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବ ଏବଂ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

    ଦିଲ୍ଲୀରେ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ଫେବ୍ରୁଆରି ୧୯ କିମ୍ବା ୨୦ରେ ହେବା  ସମ୍ଭାବନା ରହିଛି।  ନୂତନ ସରକାର ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଉନ୍ନତ ନାଗରିକ ଭିତ୍ତିଭୂମି ଆଦିକୁ ପ୍ରାଥମିକତା ଦେବେ ବୋଲି ଦଳୀୟ ନେତାମାନେ  କହିଛନ୍ତି। ନବନିର୍ବାଚିତ ବିଜେପି ବିଧାୟକ ତଥା ଦଳର ରାଷ୍ଟ୍ରୀୟ ସମ୍ପାଦକ ମନ୍‌ଜିନ୍ଦର ସିଂହ ସିରସା କହିଛନ୍ତି,   ବିଜେପି ବିଧାୟକ ଦଳ ବୈଠକ ପାଇଁ ଖୁବ୍ ଶୀଘ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ହିଁ ‘ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା’ ଦିଲ୍ଲୀରେ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ