Thursday, April 2, 2026
26 C
Odisha

    କିଏ ହେବ ଟିମ୍ ଇଣ୍ଡିଆର ନୂଆ ସ୍ପନ୍ସର, ୪୦୦ କୋଟି ଇନକମ୍ ଆଶା ରଖିଛି BCCI

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :   ଡ୍ରିମ୧୧ ସହିତ ଚୁକ୍ତି ଶେଷ ହେବା ପରେ, ବିସିସିଆଇ ଭାରତୀୟ କ୍ରିକେଟ ଦଳର ଟାଇଟଲ୍ ପ୍ରାୟୋଜକ ଖୋଜୁଛି। ପୂର୍ବରୁ, ବୋର୍ଡ ଜର୍ସି ପ୍ରାୟୋଜନର ମୂଳ ମୂଲ୍ୟ ବୃଦ୍ଧି କରିଛି।

    ରିପୋର୍ଟ ଅନୁଯାୟୀ, ଦ୍ୱିପାକ୍ଷିକ ମ୍ୟାଚ୍ ପାଇଁ ଏହାର ମୂଲ୍ୟ ୩.୫ କୋଟି ଟଙ୍କା ଏବଂ ବହୁ-ଦଳୀୟ ଟୁର୍ଣ୍ଣାମେଣ୍ଟ ପାଇଁ ୧.୫ କୋଟି ଟଙ୍କା ସ୍ଥିର କରାଯାଇଛି। ଏହା ସହିତ, ବିସିସିଆଇ ୩ ବର୍ଷ ମଧ୍ୟରେ ୪୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିବ ବୋଲି ଆଶା କରାଯାଉଛି। ବିସିସିଆଇ ଭାରତୀୟ କ୍ରିକେଟ ଦଳର ଜର୍ସି ପ୍ରାୟୋଜକ ପାଇଁ ନୂତନ ମୂଳ ମୂଲ୍ୟ ସ୍ଥିର କରିଛି। ଏବେ ବୋର୍ଡ ଦ୍ୱିପାକ୍ଷିକ ସିରିଜ ପାଇଁ ୩.୫ କୋଟି ଟଙ୍କା ପାଇବ। ଏସିଆ କପ୍‌, ଚାମ୍ପିଅନ୍ସ ଟ୍ରଫି, ଟି-୨୦ କିମ୍ବା ଏକଦିବସୀୟ ବିଶ୍ୱକପ୍ ଇତ୍ୟାଦି ବହୁ-ଦଳୀୟ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍ ପାଇଁ ୧.୫ କୋଟି ଟଙ୍କା ସ୍ଥିର କରାଯାଇଛି।  ୩ ବର୍ଷ ମଧ୍ୟରେ ପ୍ରାୟ ୧୩୦ଟି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରୁ ବିସିସିଆଇ ୪୦୦ କୋଟିରୁ ଅଧିକ ରୋଜଗାର କରିବ ବୋଲି ଆଶା କରାଯାଉଛି।ଡ୍ରିମ୧୧ ଭାରତୀୟ ଦଳର ଟାଇଟଲ୍ ପ୍ରାୟୋଜକ ଥିଲା, ଯାହା ସହିତ ଚୁକ୍ତି ଅନଲାଇନ୍ ଗେମିଂ ଆଇନ ପରେ ଶେଷ ହୋଇଯାଇଛି। ଏବେ ବିସିସିଆଇ ଏକ ନୂତନ ଚୁକ୍ତିନାମା ଖୋଜୁଛି। ନୂତନ ପ୍ରାୟୋଜକଙ୍କ ପାଇଁ ବିଡିଂ ସେପ୍ଟେମ୍ବର ୧୬ ରେ ହେବ।

    ପ୍ରାୟୋଜକଙ୍କ ପାଇଁ ନୂତନ ମୂଳ ମୂଲ୍ୟ : – ଦ୍ୱିପାକ୍ଷିକ ସିରିଜ୍ (ଯେତେବେଳେ ଭାରତ ଗୋଟିଏ ଦେଶ ସହିତ ଖେଳେ) – ପ୍ରତି ମ୍ୟାଚ୍ ପାଇଁ ୩.୫ କୋଟି ଟଙ୍କା

    ଆଇସିସି କିମ୍ବା ଏସିସି ଟୁର୍ଣ୍ଣାମେଣ୍ଟ୍ (ବିଶ୍ୱକପ୍‌, ଏସିଆ କପ୍‌, ଚାମ୍ପିଅନ୍ସ ଟ୍ରଫି ଇତ୍ୟାଦି) – ପ୍ରତି ମ୍ୟାଚ୍ ପାଇଁ ୧.୫ କୋଟି ଟଙ୍କା।

    ଏହି ମୂଳ ମୂଲ୍ୟ ପୂର୍ବ ଅପେକ୍ଷା ଅଧିକ। ଏପର୍ଯ୍ୟନ୍ତ, ବୋର୍ଡ ଦ୍ୱିପାକ୍ଷିକ ସିରିଜ୍ ରେ ଗୋଟିଏ ମ୍ୟାଚ୍ ପାଇଁ ୩.୧୭ କୋଟି ଟଙ୍କା ଏବଂ ବହୁ-ଦଳୀୟ ଟୁର୍ଣ୍ଣାମେଣ୍ଟ୍ ରେ ପ୍ରତି ମ୍ୟାଚ୍ ପାଇଁ ୧.୧୨ କୋଟି ଟଙ୍କା ପାଉଥିଲା। ଏହାର ଅର୍ଥ ହେଉଛି ବୋର୍ଡ ଏବେ ନୂତନ ଚୁକ୍ତିନାମାରୁ ଅତି କମରେ ୧୦ ପ୍ରତିଶତ ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖିଛି। ଦ୍ୱିପାକ୍ଷିକ ସିରିଜ୍ ରେ, ପ୍ରାୟୋଜକଙ୍କୁ ଟିକେ ଅଧିକ ଲାଭ ମିଳିଥାଏ କାରଣ ଏଥିରେ କମ୍ପାନୀର ଲୋଗୋ ଜର୍ସିର ସାମ୍ନା ଭାଗରେ ଦେଖାଯାଏ। ICC ଏବଂACC  ଟୁର୍ଣ୍ଣାମେଣ୍ଟରେ, ଲୋଗୋ କେବଳ ଜର୍ସିର ହାତ ଉପରେ ଦେଖାଯାଏ।

    BCCI ଏକ ୩ ବର୍ଷର ଚୁକ୍ତିନାମା ଚାହୁଁଛି :-  BCCI ସ୍ପଷ୍ଟ କରିଛି ଯେ ଏହା ଏକ ଅସ୍ଥାୟୀ ପ୍ରାୟୋଜକ ଚୁକ୍ତି କରିବାକୁ ଚାହୁଁନାହିଁ। ଏହା ଆଗାମୀ ୩ ବର୍ଷ ପାଇଁ ଏକ ଚୁକ୍ତିନାମା କରିବାକୁ ଚାହୁଁଛି। ଏହି ସମୟ ମଧ୍ୟରେ, ୨୦୨୬ ଟି୨୦ ବିଶ୍ୱକପ୍‌, ୨୦୨୭ ଏକଦିବସୀୟ ବିଶ୍ୱକପ୍ ଆସିବ ଏବଂ ମୋଟ ଭାରତୀୟ ଦଳ ପ୍ରାୟ ୧୩୦ ଟି ମ୍ୟାଚ୍ ଖେଳିବ। ଏହା ଅନୁଯାୟୀ, BCCI ୩ ବର୍ଷ ମଧ୍ୟରେ ୪୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିବ ବୋଲି ଆକଳନ କରାଯାଇଛି।

    ଏହି କମ୍ପାନୀଗୁଡ଼ିକ ସ୍ପନ୍ସର ଡାକ କରିପାରିବେ ନାହିଁ :- BCCI ସେପ୍ଟେମ୍ବର ୨ ରେ ସ୍ପନ୍ସର ଡାକ ପାଇଁ ନୂତନ ନିୟମ ଘୋଷଣା କରିଛି। ବେଟିଂ, ଗେମିଂ, କ୍ରିପ୍ଟୋ କିମ୍ବା ତମାଖୁ କମ୍ପାନୀଗୁଡ଼ିକ ପ୍ରାୟୋଜକ ପାଇଁ ବିଡ୍ କରିପାରିବେ ନାହିଁ।

    ଏହା ବ୍ୟତୀତ, ସ୍ପୋର୍ଟସ୍ ଜର୍ସି ନିର୍ମାଣକାରୀ କମ୍ପାନୀ, ବ୍ୟାଙ୍କିଂ, ଥଣ୍ଡା ପାନୀୟ, ବୀମା, ମିକ୍ସର-ଗ୍ରାଇଣ୍ଡ,ର୍ ତାଲା, ଫ୍ୟାନ୍ ଏବଂ ଆର୍ôଥକ କମ୍ପାନୀଗୁଡ଼ିକୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି କାରଣ ସେମାନଙ୍କର ଉତ୍ପାଦଗୁଡ଼ିକ ପୂର୍ବରୁ ଈଉଉଓର ଅନ୍ୟ ପ୍ରାୟୋଜକଙ୍କ ସହ ଜଡିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ