Tuesday, February 25, 2025
20.8 C
Odisha

    କିଟ୍‍ ଓ କିସ୍‍ ପରିଦର୍ଶନରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଅଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନର ଆଦାନ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କିଟ୍‍ ଓ କିସ୍‍ ବୁଲିବା ସହ ସେମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣୁଛନ୍ତି । ସେହିପରି ଇଣ୍ଡୋ-ଜାପାନ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଜାପାନରୁ ମଧ୍ୟ ଏକ ପ୍ରତିନିଧିମଣ୍ଡଳ ୨୨ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ । ସେମାନେ ଓଡ଼ିଶାର କଳା, ସଂସ୍କୃତି, ସ୍ଥାପତ୍ୟ ଆଦି ସମ୍ପର୍କରେ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ । ଏହାଛଡ଼ା ଉଭୟ ଦେଶର ଛାତ୍ରଛାତ୍ରୀମାନେ ନିଜ ନିଜ ଦେଶର କଳା, ସଂସ୍କୃତି ଆଦି ପ୍ରଦର୍ଶନ କରିଥିଲେ । ଉଭୟ ଦେଶର କଳା, ସଂସ୍କୃତି ଓ ସ୍ଥାପତ୍ୟ ନେଇ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି ସମୟ ମଧ୍ୟରେ ସେମାନେ ପୁରୀ, କୋଣାର୍କ ଭଳି ଓଡ଼ିଶାର ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ଓଡ଼ିଶାର କଳା ଓ ସ୍ଥାପତ୍ୟ ଉପରେ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ ।

    ସେହିପରି କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ଜାପାନ ଓ ହାର୍ଭାର୍ଡ ଛାତ୍ର ପ୍ରତିନିଧିଙ୍କଠାରୁ ସେମାନଙ୍କ ଦେଶର କଳା, ସଂସ୍କୃତି ବିଷୟରେ ଜାଣିବାକୁ ପାଇଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସ ପାଇଁ ସେମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.8 ° C
    20.8 °
    20.8 °
    45 %
    2.1kmh
    0 %
    Tue
    21 °
    Wed
    34 °
    Thu
    34 °
    Fri
    38 °
    Sat
    39 °

    ସମ୍ବନ୍ଧିତ