Saturday, May 30, 2026
26.6 C
Odisha

    କିଟ୍‍ ଛାତ୍ରୀ ଏନ୍‍ଏଲ୍‍ଏସ୍‍ଆଇୟୁ ଲିଟିଗେସନ୍‍ ଫେଲୋସିପ୍‍ ପାଇଁ ମନୋନୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଟ୍‍ ଲ’ସ୍କୁଲ୍‍ର ଛାତ୍ରୀ ଆକାଂକ୍ଷା କବି ନ୍ୟାସନାଲ୍‍ ଲ’ସ୍କୁଲ୍‍ ଅଫ୍‍ ଇଣ୍ଡିଆ ୟୁନିଭରସିଟି(NLSIU) ଲିଟିଗେସନ୍‍ ଫେଲୋସିପ୍‍ ୨୦୨୬-୨୦୨୮ ବ୍ୟାଚ ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଷ୍ଠିତ ଫେଲୋସିପ୍‍ ପାଇଁ ସମଗ୍ର ଦେଶରୁ ଏକ ହଜାରରୁ ଅଧିକ ପ୍ରତିଭାବାନ ଯୁବ ଆଇନଜୀବୀ ଆବେଦନ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୩୦ଜଣଙ୍କୁ ଏହି ଫେଲୋସିପ୍‍ ପାଇଁ ମନୋନୀତ କରାଯାଇଛି ।

    କିଟ୍‍ ବିଶ୍ୱବିଦ୍ୟାଳୟ ଲ’ସ୍କୁଲ୍‍ ଏବଂ ଜିଏନ୍‍ଏଲ୍‍ୟୁରୁ ଶିକ୍ଷା ସମାପ୍ତ ପରେ ଜଣେ ଆଇନଜୀବୀଭାବେ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ବିଶେଷକରି ପାରିବାରିକ ବିବାଦ- ମାଟ୍ରିମୋନିଆଲ ଡ଼ିସପ୍ୟୁଟ୍‍ସ,ଫୌଜଦାରୀ ମାମଲାt ମୂଳ କାର୍ଯ୍ୟବିଧିଗତ ମାମଲାରେ ସେ ଦକ୍ଷତା ପ୍ରତିପାଦନ କରିଛନ୍ତି। ଲିଟିଗେସନ୍‍ ଫେଲୋସିପ୍‍ ହେଉଛି ଦୁଇ ବର୍ଷିଆ କାର୍ଯ୍ୟକ୍ରମ, ଯାହା କୋର୍ଟ କାର୍ଯ୍ୟଧାରାରେ ଦୀର୍ଘକାଳୀନ କ୍ୟାରିୟର ଗଠନ କରିବାରେ ଯୁବ ଆଇନ୍‍ଜୀବୀଙ୍କୁ ମଜଭୁତ ଭିତ୍ତିଭୂମି ପ୍ରଦାନ କରିଥାଏ ।

    ଏହି ଫେଲୋସିପ୍‍ ପାଇଁ ମାସିକ ଷ୍ଟାଇପେଣ୍ଡ ମିଳିବା ସହ ଦେଶର ପ୍ରତିଷ୍ଠିତ ଆଇନଜୀବୀମାନଙ୍କ ଦ୍ୱାରା ବୃତ୍ତିଗତ ମାର୍ଗଦର୍ଶନ (ମେଣ୍ଟରସିପ୍‍) ଓ କୋର୍ଟରେ ଯୁକ୍ତି ଉପସ୍ଥାପନ ଶୈଳୀକୁ ଅଧିକ ଶାଣୀତ କରିବା ପାଇଁ ସୁଯୋଗ ମିଳିଥାଏ। ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆକାଂକ୍ଷାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରତ୍ତୋର କାମନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.6 ° C
    26.6 °
    26.6 °
    80 %
    3.3kmh
    100 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ