Monday, April 6, 2026
24 C
Odisha

    କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ଟାଇଟଲ ସହ ୧୦ଲକ୍ଷ ଟଙ୍କା ପାଇଲେ ସମୃଦ୍ଧି ତ୍ରିପାଠୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୫ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୫ର ଫାଇନାଲ୍ ତଥା ମେଗା ରାଉଣ୍ଡ ମଙ୍ଗଳବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ସମୃଦ୍ଧି ନହ୍ନିପରୀ ମୁକୁଟ ସହ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି । ସେମିଫାଇନାଲ୍ କୁ ୩୫ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ମଧ୍ୟପ୍ରଦେଶର ପ୍ରାଞ୍ଚଳ ଶର୍ମା ପ୍ରଥମ ଉପବିଜେତା ହୋଇଥିôବା ବେଳେ ତେଲେଙ୍ଗାନାର ପି ପ୍ରାରାର୍ଧିନୀ ଦ୍ୱିତୀୟ ଉପବିଜେତା ହୋଇଥିଲେ। ଏହି ଦୁଇ ଉପବିଜେତାଙ୍କୁ ଯଥାକ୍ରମେ ୫ ଲକ୍ଷ ଓ ୩ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ୍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା ।

    ଏ ଅବସରରେ କିଟ୍‍ ନହ୍ନିପରୀ ମୁଖ୍ୟ ପୃଷ୍ଠପୋଷକ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଫାଇନାଲ୍‍ ରାଉଣ୍ଡରେ ଫେମିନା ମିସ୍‍ ଇଣ୍ଡିଆ ୱାଲ୍‍ର୍ଡ ୨୦୨୪ ବିଜେତା ନିକିତା ପରୱାଲ୍‍, ଫେମିନା ମିସ୍‍ ଇଣ୍ଡିଆ ୱାଲ୍‍ର୍ଡ ୨୦୨୩ ବିଜେତା ନନ୍ଦିନୀ ଗୁପ୍ତା, ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ପ୍ରଥମ ଉପବିଜେତା ରେଖା ପାଣ୍ଡେ, ଅଲିମ୍ପିଆନ୍‍ ଅମିତ ରୋହିଦାସ, ଅଲିମ୍ପିଆନ୍‍ ଦୂତୀ ଚାନ୍ଦ, ଡା. ଜୟନ୍ତ କୁମାର ଦାସ ପ୍ରମୁଖ ଜୁରୀ ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ୍ ରାପୁଞ୍ଜେଲ୍ ପାଇଁ ରାଜସ୍ଥାନର ତ୍ରିଶା ଜୈନ, ଲିଟିଲ୍ ମିସ୍ ଫଟୋଜେନିକ ପାଇଁ ମଧ୍ୟପ୍ରଦେଶର ପ୍ରାଞ୍ଜଳ ଶର୍ମା, ଲିଟିଲ୍ ମିସ୍ ସେଲ୍ ଫି ପାଇଁ ସିକିମର ସୁଦେଷ୍ଣା ଗୁରୁଙ୍ଗ , ଲିଟିଲ୍ ମିସ୍ ମୋନାଲିସା ଖୁସାଲୀ ଗୁର୍ଜର, ଲିଟିଲ୍ ମିସ୍ ଉଇଜ୍ କିଡ୍ ରେ ଦିଲ୍ଲୀର ଆହାନା ସିଂହ ଚୌହାନ , ମିସ୍ ସିଣ୍ଡ୍ରେଲା ଭାବେ ଆସାମର ଶର୍ମିଷ୍ଠା ସାଇକିଆ, ମିସ୍ ଉର୍ବଶୀ କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠି, ମିସ୍‍ ପର୍ସନାଲିଟି ଭାବେ ରାଜସ୍ଥାନର ଜିୟା ନେଭାନୀ , ମିସ୍‍ ଫେସନ ସ୍ୱର୍ଣ୍ଣିକା ଖୋଲିୟା ଏବଂ ମିସ୍ ଫିଟ୍ ପାଇଁ ଯଶଶ୍ରୀ ସାଗରିକା ପୁରସ୍କୃତ ହୋଇଥିଲେ । ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏଥର ମୋଟ ୫୬ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା ।

    ସେଥିରୁ ଟାଇଟଲ୍ ବିଜୟିନୀଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ମୋଟ୨୮ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ପ୍ରଥମ ରନର୍ସ ଅପ୍ ଙ୍କୁ ସମୁଦାୟ ପୁରସ୍କାର ରାଶି ୧୪ ଲକ୍ଷ ଥିବା ବେଳେ ୫ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ଏବଂ କିଟ୍ ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ କରାଯିବ । ଦ୍ୱିତୀୟ ରନର୍ସଅପ୍ ଙ୍କୁ ମୋଟ ପୁରସ୍କାର ରାଶି ୧୨ଲକ୍ଷ ଟଙ୍କା ଥିବା ବେଳେ ୩ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ କିଟ୍ ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ର ବ୍ୟବସ୍ଥା ରହିଛି ।

    ଅନ୍ୟାନ୍ୟ ବର୍ଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‍ ଏନ୍‍ ମହାନ୍ତି ଗ୍ରୁପ୍‍ର ପରିଚାଳନା ନିର୍ଦ୍ଦେଶକ ଡ ପ୍ରବୋଧ ମହାନ୍ତି, ଇଭୋସର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ଏମ୍‍ଜିଏମ୍‍ ମିନେରାଲ୍‍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି, ନହ୍ନିପରୀ ପ୍ରତିଷ୍ଠାତା ମଳୟ ମହାପାତ୍ର, ନହ୍ନିପରୀ କୋର କମିଟି ସଦସ୍ୟା ଡ. ଶ୍ରଦ୍ଧାଞ୍ଜଳି ନାୟକ ଓ ସୋମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ