Friday, March 27, 2026
31.5 C
Odisha

    କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ତିନି ଦିନିଆ ‘କେ-ସବୁଜ ସମ୍ମିଳନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ତିନି ଦିନିଆ ‘କେ-ସବୁଜ ସମ୍ମିଳନୀ-୨୦୨୬’ । ଆଜି ଠାରୁ ତିନିଦିନ ଧରି ସମ୍ମିଳନୀ ଚାଲିବ । କିଟ୍ NSS ବ୍ୟୁରୋ ଏବଂ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ମୁଖ୍ୟ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଯୋଗ ଦେଇ ସମ୍ମିଳନୀର ଉଦଘାଟନ କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗର ଏସଏନଓ କମ୍ ଡେପୁଟି ସେକ୍ରେଟାରୀ ଡକ୍ଟର ରମେଶ ଚନ୍ଦ୍ର ବେହେରା ଏବଂ ଏନ୍ ଏସ୍ ଏସ୍ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ।

    ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ୨୦୦ରୁ ଅଧିକ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି । ତିନି ଦିନ ମଧ୍ୟରେ ଅନେକ ବିଶେଷଜ୍ଞ ଓ ରିସୋର୍ସ ବ୍ୟକ୍ତି ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ଆଲୋଚନା କରିବେ। ଏହି ସମ୍ମିଳନୀରେ ପରିବେଶ ସୁରକ୍ଷା, ସଚେତନତା ଏବଂ ଯୁବକମାନଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଆୟୋଜକମାନେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ