Wednesday, March 25, 2026
37 C
Odisha

    କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି।ମମତା ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି, ସେ ମହାମଣ୍ଡଳେଶ୍ଵର ଜମାଇ ମାତା ନନ୍ଦଗିରି ପଦବୀରୁ ଇସ୍ତଫା ଦେଉଛନ୍ତି। କିନ୍ନର ଆଖଡ଼ା ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଯୋଗୁ ସେ ଇସ୍ତଫା ଦେଇଥିବା କହିଛନ୍ତି। କିଛିଦିନ ତଳେ ମମତା ମହାକୁମ୍ଭକୁ ଯାଇଥିବା ସମୟରେ ତାଙ୍କୁ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଉକ୍ତ ପଦବୀରେ ନିଯୁକ୍ତ କରାଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଆଖଡ଼ାର ପ୍ରତିଷ୍ଠାତା ଋଷି ଅଜୟ ଦାସ ଉଭୟ ମମତା ଏବଂ ଲକ୍ଷ୍ମୀ ନାରାୟଣଙ୍କୁ ଆଖଡ଼ାରୁ ବାହାର କରିଦେଇଥିଲେ। ତାଙ୍କ ବିନା ଅନୁମତିରେ ଆଚାର୍ଯ୍ୟ ଲକ୍ଷ୍ମୀନାରାୟଣ ମନଇଚ୍ଛା ମମତାଙ୍କୁ ମହାମଣ୍ଡଳେଶ୍ଵର ପଦବୀରେ ନିଯୁକ୍ତ କରିଥିବା ଦର୍ଶାଇ ଋଷି ଅଜୟ ଦାସ ଉଭୟଙ୍କୁ ଅନୁଷ୍ଠାନରୁ ବିଦା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ