ଜମ୍ମୁ କାଶ୍ମୀର : ଜମ୍ମୁ-କାଶ୍ମୀରର କିସ୍ତୱାରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । କିସ୍ତୱାରରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ୍ ସମୟରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ମିଳିତ ଅପରେସନ୍ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଫସି ରହିଥିବା ସନ୍ଦେହ କରାଯାଉଛି । ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରାଯିବା ସହ ଅପରେସନ୍ ଜାରି ରହିଛି ।
ସୂଚନାନୁଯାୟୀ, ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଅଞ୍ଚଳରେ କଡ଼ାକଡ଼ି ଘେରାବନ୍ଦୀ ଥିବା ସମୟରେ ଲୁଚି ରହିଥିବା ଆତଙ୍କବାଦୀ ଆକ୍ରମଣ କରିଥିଲେ । ଯାହାର ଜବାବ ସୁରକ୍ଷା ବାହିନୀ ଦେଇଥିଲେ । ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଛି । ଏଥିସହିତ ଏହି ଅଞ୍ଚଳରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଉପରେ କଡ଼ା ନଜର ରଖିବା ପାଇଁ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି ।
ଅନ୍ୟପଟେ ଏନକାଉଣ୍ଟରକୁ ଦୃଷ୍ଟିରେ ରଖି, ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଅଧିକ ସତର୍କତା ମଧ୍ୟ ଅବଲମ୍ବନ କରାଯାଇଛି । ଏହା ବ୍ୟତୀତ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।

