Monday, December 29, 2025
18 C
Odisha

    କୁନି ପୁଅ ଆଗରେ ବିଷ ପିଇ ବାପା-ମାଆ ମୃତ

    ଆଗକୁ ପଢନ୍ତୁ

    ଦେବଗଡ଼: ପାରିବାରିକ କଳହକୁ ନେଇ ବିଷ ପିଇଲେ ଦମ୍ପତି । ଜୀବନ ସହ ସଂଗ୍ରାମ କରୁଛଇ ୫ ବର୍ଷର କୁନି ପୁଅ । ଏଭଳି ଅବାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରପାଲି ପାଣ୍ଡି ଅଞ୍ଚଳରେ । ଜୟନ୍ତାପାଲି ଗାଁରେ ଶ୍ୱଦୁଷ୍ମନ୍ତ ମାଝୀ ଓ ପତ୍ନୀ ରିଙ୍କିଙ୍କ ମଧ୍ୟରେ ସଦାବେଳେ ଝଗଡ଼ା ଲାଗିରହୁଥିଲା ।

    ଗତ ମଙ୍ଗଳବାର ଅଭୟେ ୫ ବର୍ଷର ପୁଅକୁ ନେଇ ଦୁଷ୍ମନ୍ତଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ଶନିବାର ସଂଧ୍ୟାରେ ବାଇକରେ ଫେରିବା ବେଳେ ରାସ୍ତାରେ ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା । କିଛି ସମୟ ପରେ ସେମାନେ ଦଲକ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇ ଶିଶୁପୁତ୍ରଙ୍କୁ ବିଷ ପିଆଇବା ସହ ସ୍ବାମୀ-ସ୍ତ୍ରୀ ବିଷ ପିଇ ଦେଇଥିଲେ । ଶିଶୁ ପୁତ୍ରଟି ରାତିସାରା ଜଙ୍ଗଲରେ ରହିବା ପରେ ରବିବାର ସକାଳ ପ୍ରାୟ ୧୦ଟାରେ ମାଆର ଭ୍ୟାନିଟି ବ୍ୟାଗ ଧରି ରାସ୍ତା କଡ଼କୁ ଆସିଯାଇଥିଲା ।

    ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଉଦ୍ଧାର କରି ଶୁଶୁପୁତ୍ରକୁ ମଧ୍ୟ ଛେଣ୍ଡିପଦା ଡାକ୍ତରଖାନା ନେଇଥିଲେ । ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ । ରିଙ୍କି ଓ ଶିଶୁପୁତ୍ରକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା । ଗତକାଲି ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ରିଙ୍କିଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ୩ଟି କୀଟନାଶକ ବୋତଲ ପଡ଼ିଥିବା ଦେଖବାକୁ ମିଳିଥିଲା । ତଦନ୍ତ ପରେ ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହେବ । ଅନ୍ୟପଟେ କଟକ ଶିଶୁ ଭବନରେ ଚିକିତ୍ସିତ ହେଉଥିବା ପାଞ୍ଚ ବର୍ଷର ଶିଶୁ ଗୌରବ ମାଝୀଙ୍କ ସ୍ୱାସ୍ଥ୍ୟଵସ୍ଥା ସ୍ଥିର ରହିଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18 ° C
    18 °
    18 °
    30 %
    1.4kmh
    0 %
    Mon
    17 °
    Tue
    29 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ