Friday, October 24, 2025
29.2 C
Odisha

    କୁର୍ଣ୍ଣୁଲ ବସ୍ ଟ୍ରାଜେଡି : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେରେ ବସରେ ନିଆଁଲାଗିଯିବାରୁ ୨୦ ଜଣଙ୍କ ଜୀବନ ଚାଲିଯାଇଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଅଘଟଣ ଘଟଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ବସରେ ପାଖାପାଖି ୪୦ ରୁ ଅଧିକ ଯାତ୍ରୀ ଥିଲେ । ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରାଣହାନି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଁ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।ସେହିପରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ମଧ୍ୟ ସମବେଦନା ଜଣାଇଛନ୍ତି । ତେବେ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ରାଶି ନେଇ ଘୋଷଣା କରିଛନ୍ତି ।  ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏକ ଦୁର୍ଘଟଣାରେ ପ୍ରାଣହାନି ଯୋଗୁଁ ଅତ୍ୟନ୍ତ ମର୍ମାହତ । ଏହି କଷ୍ଟକର ସମୟରେ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ କାବେରୀ ଟ୍ରାଭେଲ୍ସ ବସରେ ହଠାତ୍ ଲାଗିଥିଲା ନିଆଁ । ବାଇକ୍‌ ସହ ଧକ୍କା ହେବାରୁ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସଟି କିଛି ମିନିଟ୍ ମଧ୍ୟରେ ପାଉଁଶ ହୋଇଗଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.2 ° C
    29.2 °
    29.2 °
    61 %
    1.8kmh
    23 %
    Fri
    28 °
    Sat
    30 °
    Sun
    30 °
    Mon
    29 °
    Tue
    24 °

    ସମ୍ବନ୍ଧିତ