Thursday, June 26, 2025
24.5 C
Odisha

    କୁହୁଡି ପାଇଁ ଆଜି୧୧ ଜିଲ୍ଲାକୁ ଆଲର୍ଟ : ଦୁର୍ଘଟଣା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବାକୁ ପରାମର୍ଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କଲବଲ କରୁଛି ଘନ କୁହୁଡ଼ି  । ଟ୍ୱିନ୍ ସିଟିରେ ଘନ କୁହୁଡ଼ି । ଆଜି ବଡ଼ି ଭୋରରୁ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି । ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି ।  ଆଜି ପାଇଁ ୧୧ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ୫୦ ମିଟର ତଳକୁ ଖସି ଆସିଛି ଦୃଶ୍ୟମାନ କ୍ଷମତା । ଘନ କୁହୁଡି ପାଇଁ ଘାଟି ଓ ଦୁର୍ଘଟଣା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।

    ସେହିପରି ପଶ୍ଚିମାଝଡ଼ ଅପସାରଣ ପରେ ରାଜ୍ୟରେ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି । ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ହ୍ରାସ ଘଟିଛି । ରାଜ୍ୟର ଉତ୍ତରପଶ୍ଚିମ ଭାଗରେ ପାରଦ ତଳ ମୁହାଁ ହୋଇଛି । ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ରହିଥିବା ବେଳେ ସିମିଳିଗୁଡ଼ାରେ ୯.୧, ଫୁଲବାଣୀରେ ୯.୫, ସୁନ୍ଦରଗଡ଼ ଓ କିରେଇରେ ୯.୮ ଡିଗ୍ରି ରହିଥିଲା । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଅନେକ ସ୍ଥାନରେ ଶୀତ ବୃଦ୍ଧି ପାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ଆଶଙ୍କା‌ ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.5 ° C
    24.5 °
    24.5 °
    93 %
    1.4kmh
    100 %
    Thu
    27 °
    Fri
    27 °
    Sat
    31 °
    Sun
    29 °
    Mon
    28 °

    ସମ୍ବନ୍ଧିତ