Thursday, September 19, 2024
23 C
Odisha

    କେଉଁ ସ୍ତ୍ରୀର ଭାଗ୍ୟରେ ନଥାଏ ପୁତ୍ର ଏବଂ କେଉଁ ସ୍ତ୍ରୀ ଶୀଘ୍ର ହୋଇଯାଏ ବିଧବା

    ଆଗକୁ ପଢନ୍ତୁ

    ଥରେ ମାତା ଲକ୍ଷ୍ମୀ ସିର ସାଗରରେ ଭଗବାନ ବିଷ୍ଣୁଙ୍କ ପାଦ ଦବାଉଥିଲେ । ଏହି ସମୟରେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ତିନୋଟି ପ୍ରଶ୍ନ ପଚାରି ଥିଲେ । ପ୍ରଥମ ପ୍ରଶ୍ନ ହେଉଛି , ଦୁନିଆର କେଉଁ ସ୍ତ୍ରୀକୁ ସନ୍ତାନ ସୁଖ ମିଳି ନଥାଏ । ଦ୍ୱିତୀୟ ପ୍ରଶ୍ନ ହେଉଛି ଯେ କେଉଁ ସ୍ତ୍ରୀ ସମୟ ପୂର୍ବରୁ ବିଧବା ହୋଇଯାଏ ଏବଂ ତୃତୀୟ ପ୍ରଶ୍ନ ହେଉଛି କେଉଁ ଶୃଙ୍ଗାର କରିବା ଦ୍ୱାରା ସ୍ତ୍ରୀକୁ ସ୍ଵର୍ଗ ପ୍ରାପ୍ତ ହୋଇଥାଏ । ଏହାପରେ ଭଗବାନ ବିଷ୍ଣୁ କହିଥିଲେ ଯେ ସଂସାରରେ ଏହି ତିନୋଟି ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସବୁ ଲୋକ ନିଶ୍ଚୟ ଜାଣିବା ଉଚିତ । ଏହାପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଏକ କଥା ଶୁଣାଇଛନ୍ତି ।

    ଦେଶରେ ଗୋଟିଏ ସମୟରେ ଜଣେ ସେଠଙ୍କର ଦୁଇ ପୁଅ ଥିଲେ । ବଡ଼ ପୁଅ ଏବଂ ସାନ ପୁଅର ସ୍ତ୍ରୀ ମଧ୍ୟ ଥିଲେ । ତେବେ ସେଠର ସ୍ତ୍ରୀ ଏବଂ ବଡ଼ ପୁଅର ସ୍ତ୍ରୀ ଉଭୟ ଦୁଷ୍ଟ ପ୍ରକୃତିର ଥିଲେ ଏବଂ ସାନ ବୋହୂକୁ ଖୁବ କଷ୍ଟ ଦେଉଥିଲେ । କାରଣ ବଡ଼ ବୋହୂ ଗୋଟିଏ ପୁଅକୁ ଜନ୍ମ ଦେଇଥିବା ବେଳେ ସାନ ବୋହୂ ଏକ ଝିଅକୁ ଜନ୍ମ କରିଥିଲା । ଏହାବ୍ୟତୀତ ଘରର ସବୁ କାମ ସାନ ବୋହୂ କରୁଥାଏ । ଦିନେ ଶାଶୁ ମନ୍ଦିର ଯିବାକୁ କହି ନିଜ ସାନ ବୋହୂକୁ ଭୋଜନ ପ୍ରସ୍ତୁତ କରିବାକୁ କହିଗଲା । ମାତ୍ର କିଛି ସମୟ ପରେ ଜଣେ ସାଧୁ ଆସି ଭୋଜନ ମାଗିବାରୁ ସାନ ବୋହୂ ଖୁବ ଭାବିବା ପରେ ସାଧୁଙ୍କୁ ଘର ଭିତରକୁ ଡାକି ଭୋଜନ ଦେବାକୁ ଲାଗିଲେ ।ଅଳ୍ପ ସମୟ ପରେ ଶାଶୁ ଆସି ତାକୁ ଗାଳି ଗୁଲଜ କଲେ । ଏହା ପରେ ଯେତେବେଳେ ବୋହୂ କହିଲେ ଯେ ସେ ନିଜ ଭାଗର ଭୋଜନ ଦେଇଛି ତାହା ସତ୍ତ୍ୱେବି ଶାଶୁ ତାକୁ ଘରୁ ବାହାର କରିଦେଇଥିଲେ।ଏହାପରେ ସାନ ବୋହୂ କାନ୍ଦି କାନ୍ଦି ନିଜ ବାପ ଘରକୁ ଗଲା । ଯିବା ରାସ୍ତାରେ ଏକ ବଡ଼ ଜଙ୍ଗଲ ଭିତର ଦେଇ ଯିବା ସମୟରେ ପ୍ରବଳ ବର୍ଷା ହେବାରୁ ରାସ୍ତାରେ ଥିବା ଏକ କୁଟୀର ଭିତରେ ସେ ପଶିଗଲା । ତା ଭିତରେ ସ୍ୱୟଂ ଭଗବାନ ବିଷ୍ଣୁ ସାଧୁ ରୂପ ଧାରଣ କରି ବସିଥିଲେ ଏବଂ ଏହି ମହିଳା ଜଣଙ୍କୁ କାନ୍ଦୁଥିବାର ଦେଖି କାରଣ ପଚାରିଲେ ଏବଂ କହିଲେ ଯେ ତାଙ୍କ ପରିବାରରେ ତାଙ୍କୁ ତାଙ୍କ ଶାଶୁ ଏବଂ ଘରର ବଡ଼ ବୋହୂ ଖୁବ କଷ୍ଟ ଦେଉଛନ୍ତି ।

    ଏହାପରେ ସେହି ସାଧୁ ସୁକନ୍ୟାକୁ ଏକ ଉପାୟ ଦେଲେ ଏବଂ କହିଲେ ଯଦି ସେ ଏହି ଉପାୟ କରେ ତେବେ ତାକୁ ମଧ୍ୟ ପୁତ୍ର ସନ୍ତାନ ଜନ୍ମ ହେବ । ତେବେ ଏହା କହି ସାଧୁ ଅନ୍ତର୍ଦ୍ଧାନ ହୋଇଗଲେ । ବର୍ଷା ଛାଡ଼ିବା ପରେ ସୁକନ୍ୟାର ସ୍ୱାମୀ ତାକୁ ଖୋଜି ଖୋଜି ଯାଇ ସେଠାରେ ପହଞ୍ଚିଲା । ଏତିକିରେ ସୁକନ୍ୟା ନିଜ ସ୍ୱାମୀକୁ ସବୁ କଥା କହିବା ପରେ ଦୁହେଁ ସେହିଠାରେ ରହିବାକୁ ନିଷ୍ପତ୍ତି ନେଲେ । ଥରେ ସୁକନ୍ୟା ସାଧୁଙ୍କର ସେହି ଉପାୟ ପଢ଼ିବାକୁ ଲାଗିଲା । ଯେଉଁଠି ଲେଖା ହୋଇଥିଲା ଯେ ଯଦି ସ୍ତ୍ରୀ ନିଜ ସ୍ୱାମୀର ବାମ ପାଖରେ ଶୁଅନ୍ତି ତେବେ ତାକୁ ପୁତ୍ର ସନ୍ତାନ ଜନ୍ମ ହେବ । ଏହାବ୍ୟତୀତ ମାସିକ ଧର୍ମର ପାଞ୍ଚ ଦିନରେ ମିଳନ ହେଲେ ପୁତ୍ର ପ୍ରାପ୍ତି ହୋଇଥାଏ । ଏମିତି ପ୍ରତ୍ୟେକ ରାତିରେ ମିଳନରେ କନ୍ୟା ଏବଂ ପୁତ୍ର ଜନ୍ମ ହେବାର ଅନେକ ଉପାୟ ସେଥିରେ ଲେଖା ଯାଇଥିଲା ।ସେହି ଅନୁଯାୟୀ ସୁକନ୍ୟା ମାସିକ ଧର୍ମର ୧୪ ଦିନରେ ନିଜ ସ୍ୱାମୀ ସହିତ ସମ୍ବନ୍ଧ ସ୍ଥାପନ କରି ଗର୍ଭ ଧାରଣ କଲା । ଦିନେ ତାର ସ୍ୱାମୀ କାଠ କାଟିବାକୁ ବାହାରକୁ ଯାଇଥିବା ସମୟରେ ପ୍ରବଳ ବର୍ଷା ଏବଂ ପବନ କାରଣରୁ ତାଙ୍କ କୁଟୀର ଉଡ଼ିଗଲା । ଯେଉଁ କାରଣରୁ ସୁକନ୍ୟା ପୁଣିଥରେ ଯାଇ ସାଧୁଙ୍କ କୁଟୀରରେ ପହଞ୍ଚିଲା । ସେହି ସମୟରେ ଦୁଇଟି ମାୟାବୀ ରାକ୍ଷସୀ ସେଠାରେ ପହଞ୍ଚିଲେ । ସେମାନେ ଯେଉଁ ଗଛକୁ ଉଡ଼ାଇ ଆସିଥିଲେ ସେଠାରେ ଖୁବ ସୁନା ଗହଣା ଭର୍ତ୍ତି ହୋଇଥିଲା । ରାକ୍ଷସୀ ଦୁଇଟି ଯେତେବେଳେ ଭୋଜନ ପାଇଁ ବାହାରି ଗଲେ ସୁକନ୍ୟା ସେଥିରୁ କିଛି ଗହଣା ନେଇ କୁଟୀର ଭିତରେ ରଖିଦେଲା । ରାକ୍ଷସୀ ଦୁଇଟି ସେଠାରୁ ଯିବାପରେ ସୁକନ୍ୟା ସୁନା ଗହଣା ନେଇ ନିଜ ସ୍ୱାମୀ ପାଖକୁ ଫେରିଗଲା ।ଏହାପରେ ସ୍ୱାମୀ ସ୍ତ୍ରୀ ନିଜ ଶାଶୁ ଘରକୁ ଯିବାପରେ ସୁକନ୍ୟା ସବୁ ସୁନା ଗହଣା ନିଜ ଶାଶୁକୁ ଦେଲା । ଏହାପରେ ଶାଶୁ ତାଙ୍କୁ ଗାଳିଦେଇ କହିଲା ଯେ ଯଦି ସେ ସେଠାରେ ଥାନ୍ତେ ତେବେ ଆହୁରି ଅଧିକ ସୁନା ଆଣିଥାନ୍ତେ । ଏହାପରେ ସୁକନ୍ୟାର ଶାଶୁ ନିଜେ ଯାଇ ସେହି କୁଟୀରରେ ଲୁଚି ରାକ୍ଷସୀର ଅପେକ୍ଷା କଲା । କିନ୍ତୁ ଏଥର ସେହି ରାକ୍ଷସୀ ଦୁଇଟି ତାକୁ ବରଫ ପାହାଡ଼କୁ ନେଇ ଫିଙ୍ଗି ଦେବାରୁ ସେହି ମହିଳାଙ୍କ ମୃତ୍ୟୁ ହୋଇଗଲା । ଏହାପରେ ଶାଶୁ ନଫେରିବାରୁ ସୁକନ୍ୟା ଯାଇ ସେହି କୁଟିରରେ ଦେଖିଲା ବେଳକୁ ସେ ନଥିଲେ । ତେଣୁ ସୁକନ୍ୟା ବୁଝିଗଲା ଯେ ଲୋଭ କାରଣରୁ ହିଁ ଏପରି ହୋଇଛି । ତେଣୁ ଯେଉଁ ସ୍ତ୍ରୀ ଅଧିକ ଲୋଭ କରେ ସେ ବହୁତ ଜଲଦି ବିଧବା ହୋଇଯାଏ । ଯେଉଁ ସ୍ତ୍ରୀର ଚରିତ୍ର ଥାଏ ସେ ମୃତ୍ୟୁ ପରେ ସ୍ଵର୍ଗ ପ୍ରାପ୍ତ କରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ