Saturday, May 16, 2026
31.7 C
Odisha

    କେତେ ଚିନ୍ତାରେ ଅଛନ୍ତି ଆାପଣ, ଝାଳ ଦେଖି କହିଦବ ଏହି ଡିଭାଇସ୍

    ଆଗକୁ ପଢନ୍ତୁ

    ବୈଜ୍ଞାନିକମାନେ ବାହାର କରିଥିଲେ ଏକ ୱାଟର ପ୍ରୁଫ୍ ଡିଭାଇସ । ଯାହା ଆପଣଙ୍କ ସ୍କିନରେ ଲଗା ଯିବାପରେ ଏହି ଡିଭାଇସ ଆପଣଙ୍କ ଝାଳକୁ ଜାଞ୍ଚ କରିବ । କିଛି ସେକେଣ୍ଡ ମଧ୍ୟରେ ଜଣାଇଦେବ ଆପଣ କେତେ ଚିନ୍ତାଗ୍ରସ୍ଥରେ ଅଛନ୍ତି । ଏହି ଡିଭାଇସ ଏହା ସୂଚନା ଦେବ ଯେ ଜଣେ ଲୋକ କେତେ ମାତ୍ରାରେ କୋର୍ଟିସୋଲ ବା ଚିନ୍ତାଗ୍ରସ୍ତ ହରମୋନକୁ ତ୍ୟାଗ କରୁଛି ।

    ମେଡିକାଲ ଲ୍ୟାବରେ ମଧ୍ୟ ଚିନ୍ତାଗ୍ରସ୍ତର ଜାଞ୍ଚ କରିବା ସମୟରେ କୋର୍ଟିସୋଲକୁ ମପା ଯାଇଥାଏ, ଯାହା ମଣିଷ ଶରୀରରୁ ଦିନରାତି ବାହାରିଥାଏ । କୋର୍ଟିସୋଲ ସାହାଯ୍ୟରେ ଡାକ୍ତର ଜାଣିପାରନ୍ତି ଯେ ରୋଗୀର ଏଡ୍ରିନାଲ ବା ପିଟ୍ୟୁଟାରୀ ଗ୍ରନ୍ଥି ଠିକ ଭାବରେ କାମ କରୁଛି କି ନାହିଁ । ବର୍ତ୍ତମାନ ଉପଲବ୍ଧ ହେଉଥିବା ପ୍ରକ୍ରୀୟା ଚିନ୍ତାଗ୍ରସ୍ତକୁ ଜାଣିବା ପାଇଁ ୨ ରୁ୪ ଦିନ ସମୟ ଲାଗିଥାଏ । କିନ୍ତୁ ଏହି ନୂଆ ଡିଭାଇସ୍ କିଛି ସେକେଣ୍ଡ ମଧ୍ୟରେ ଏହାର ପରିଣାମ ଜଣାଇ ଦେଇପାରିବ ।

    ଆମେରିକାର ଷ୍ଟେନଫୋର୍ଡ ବିଶ୍ବବିଦ୍ୟାଳୟରେ ପ୍ରମୁଖ ଲେଖକ କହନ୍ତି ’ଆମେ ସ୍ବତନ୍ତ୍ର ଭାବରେ ଝାଳକୁ ପରୀକ୍ଷା କରିବା ପାଇଁ ଏଥିପାଇଁ ନେଇଥାଉ କାରଣ ଏହା ଶାରୀରିକ ସ୍ଥିତି ବିଷୟରେ ସଠିକ ଭାବରେ ଜଣାଇଥାଏ । ଝାଳ ଦ୍ବାରା ରୋଗ ସମ୍ପର୍କରେ ସହଜରେ ଜଣାଯାଇ ପାରିବ ।

    ବିଶ୍ବବିଦ୍ୟାଳୟର ଟିମ ଏକ ଆୟତ୍ତାକାର ଆକ୍ରୁତିର ସେନ୍ସର ତିଆରି କରିଛନ୍ତି, ଯାହାକୁ ଶରୀରରେ ଲଗାଯିବା ପରେ ଏହା ଝାଳକୁ ଜାଞ୍ଚ କରି ଚିନ୍ତାଗ୍ରସ୍ତର ସ୍ତର କେତେ ଅଛି ତାହା ଜଣାଇଥାଏ । ଜାଣିରଖନ୍ତୁ ଯେ, ଏହି ଡିଭାଇସ ସମ୍ପୂର୍ଣ୍ଣ ଭାବରେ ୱାଟରପ୍ରୁଫ ହୋଇଥାଏ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.7 ° C
    31.7 °
    31.7 °
    44 %
    3.9kmh
    23 %
    Sat
    33 °
    Sun
    41 °
    Mon
    45 °
    Tue
    46 °
    Wed
    45 °

    ସମ୍ବନ୍ଧିତ