Tuesday, May 6, 2025
38.6 C
Odisha

    କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ, ଧରଣୀଧରଙ୍କ ନାଁରେ ହେବ ଅତିଥି ଭବନ

    ଆଗକୁ ପଢନ୍ତୁ

    କେନ୍ଦୁଝର : କେନ୍ଦୁଝରର ବୀରପୁତ୍ର ବିପ୍ଳବୀ ଧରଣୀଧର ନାଏକ ଙ୍କ ଜନ୍ମମାଟି କୁସୁମିତା ଠାରେ ୧୬୧ ତମ ରାଜ୍ୟ ସ୍ତରୀୟ ଜୟନ୍ତି ସମାରୋହ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଧରଣୀଧରଙ୍କ ଜନ୍ମମାଟି କୁସୁମିତାର ସାମଗ୍ରିକ ବିକାଶ ଓ ଏହାକୁ ଏକ ଐତିହ୍ୟ ଗ୍ରାମ ରୂପେ ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିପ୍ଳବୀଙ୍କ ଗାଁରେ ଏକ ପାର୍କ, ଖେଳପଡିଆ, ଧରଣୀଧରଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ସଂଗ୍ରହାଳୟ, ଲାଇବ୍ରେରୀ ସ୍ଥାପନ ସହ ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ୧୧ ଶହ ୫୫ କୋଟି ଟଙ୍କାର ୩୪୦ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୋହନ ମାଝୀ । ଜିଲ୍ଲାରେ ଏକ ଲକ୍ଷ ୨୯ ହଜାର ୮ ଶହ କୋଟି ଟଙ୍କା ବ୍ୟୟରେ ୩୦ଟି ଶିଳ୍ପ ପ୍ରକଳ୍ପ ହେବ । ଏହାଦ୍ବାରା ୩୦ ରୁ ୩୫ ହଜାର ପିଲାଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି । ରାଜ୍ୟରେ ସମୁଦାୟ ୩୨ ହଜାର ନୂଆ ପଦ ସୃଷ୍ଟି କରାଯାଇଥିବା ବେଳେ ୧୬ ହଜାର ଖାଲି ପଡ଼ିଥିବା ପଦ, ନୂତନ ଭାବେ ସୃଷ୍ଟି ହୋଇଥିବା ୧୬ ହଜାର ପଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ରାଜ୍ୟ ପୁଲିସ କର୍ମଚାରୀ ଓ ଅଧିକାରୀ ସଂଖ୍ୟା ୩୨ ହଜାର ବଢ଼ିବ । ଏହାଦ୍ୱାରା ପୁଲିସର ସାମର୍ଥ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

    କେନ୍ଦୁଝରରେ ଖୁବ୍‌ଶୀଘ୍ର ଜେଏସ୍‌ଡବ୍ଲ୍ୟୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏଥିସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଯାହାଦ୍ୱାରା ୩୦ରୁ ୩୫ ହଜାର ଯୁବକଯୁବତୀ ରୋଜଗାର ପାଇବେ। ଶିଳ୍ପ ପ୍ରତିଷ୍ଠାନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ, ଯାହାଦ୍ୱାରା କେନ୍ଦୁଝର ଜିଲା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଆଗକୁ ଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.6 ° C
    38.6 °
    38.6 °
    15 %
    2.6kmh
    8 %
    Tue
    37 °
    Wed
    40 °
    Thu
    40 °
    Fri
    41 °
    Sat
    42 °

    ସମ୍ବନ୍ଧିତ