Sunday, April 12, 2026
31.2 C
Odisha

    କେଉଁଝର ୧୧୪ କୁଣ୍ଡିୟ ଯଜ୍ଞରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    କେଉଁଝର : କେଉଁଝର କାଳୀ ପଡ଼ିଆରେ ଆଜି ଆରମ୍ଭ ହୋଇଥିବା ତ୍ରି ଦିବସୀୟ ୧୧୪ କୁଣ୍ଡିୟ ମହାଯଜ୍ଞରେ ଯୋଗ ଦେଇଛନ୍ତିି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବାହ୍ନ ୧୧ ଟାରେ ମୁଖ୍ୟମନ୍ତ୍ରୀ କାଳୀ ପଡ଼ିଆରେ ପହଞ୍ଚି ଯଜ୍ଞକୁଣ୍ଡ ପାଖକୁ ଯିବା ପୂର୍ବରୁ ତାଙ୍କୁ ସନାତନ ଧର୍ମୀ ବ୍ରାହ୍ମଣମାନେ ମନ୍ତ୍ର ଓ ଶ୍ଳୋକ ଗାନ କରି ସ୍ୱାଗତ କରିଥିଲେ। ଏହି ସମୟରେ ସିଦ୍ଧ ମଠରେ ଥିବା ବେଦ ବିଦ୍ୟାଳୟ ଛାତ୍ରଙ୍କ ଦ୍ବାରା ପରିବେଷିତ ଶ୍ଳୋକ ଯଜ୍ଞ ସ୍ଥଳର ପରିବେଶକୁ ଆହୁରି ଆଧ୍ୟାତ୍ମିକତାରେ ଭରି ଦେଇଥିଲା। ଏହି ଯଜ୍ଞରେ ଅନ୍ୟ ଜିଲାମାନଙ୍କରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ସାଧୁ, ସନ୍ଥ ଓ ବ୍ରାହ୍ମଣମାନେ ଯୋଗ ଦେଇଛନ୍ତି। ସକାଳ ୭ ଘଟିକାରେ ବଡ଼ଶାସନସ୍ଥିତ ବାଲୁଙ୍କେଶ୍ୱର ମହେଶ ମନ୍ଦିର ନିକଟରେ ଥିବା ବଡ଼ପୋଖରୀରୁ ଜଳ ଆଣି କଳସ ଯାତ୍ରାରେ ବ୍ରତୀମାନେ ଆସିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୧୪ କୁଣ୍ଡ ସହ କୃଷ୍ଣ ଅର୍ଜ୍ଜୁନ ପୂଜନ, ସୂର୍ଯ୍ୟ ପୂଜନ ଓ ଗୋ ପୂଜନ କାର୍ଯ୍ୟ ଚାଲିଥିବା ନେଇ ଆୟୋଜକମାନେ କହିଛନ୍ତି। ଆର୍ଯ୍ୟ ସଂସ୍କୃତି ପରିଷଦର ସଭାପତି ପଣ୍ଡିତ ନିରଂଜନ ଦାଶ, ଡାକ୍ତର ଦେବଦତ୍ତ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସୁଚାରୁ ରୂପେ ଚାଲିଛି। ଏଥିରେ କାଳୀ ତୀର୍ଥର କର୍ମକର୍ତ୍ତାମାନେ ସହଯୋଗ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ