Sunday, July 27, 2025
23.7 C
Odisha

    କେନ୍ଦ୍ରାପଡାରେ କଲେରା ଆତଙ୍କ, ଗୋଟିଏ ପରିବାରର ତିନି ଆକ୍ରାନ୍ତ

    ଆଗକୁ ପଢନ୍ତୁ

    ମାର୍ଶାଘାଇ : କେନ୍ଦ୍ରାପଡାରେ କଲେରା ଆତଙ୍କ । ଡେରାବିଶ ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ ଗୋଟିଏ ଓ୍ବାଡରେ ହଇଜା ବ୍ୟାପିବାରେ ଲାଗିଛି । ଗୋଟିଏ ପରିବାରର ତିନି ଜଣ ଆକ୍ରାନ୍ତ ପରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି ।  ଗାଁରେ ସ୍ବାସ୍ଥ୍ୟକର୍ମୀ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଁର କିଛି ଲୋକ ହଇଜା ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।  ତେବେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୟସ୍କ ରୋଗୀ ୧୩ ଜଣ ଓ ଶିଶୁ ୫ ଜଣ ଚିକିତ୍ସାଧିନ ଅଛନ୍ତି ।  ଅଙ୍ଗନଓ୍ବାଡି ଦିଦି,ଆଶା ଦିଦି ମାନେ ପହଞ୍ଚି ସଚେତନତା ଆରମ୍ଭ କରିଛନ୍ତି । କେନ୍ଦ୍ରାପଡା ମେଡିକାଲର ସୁପରିଡେଣ୍ଟ କହିଛନ୍ତି ବିଶେଷ ଭୟଭୀତ ହେବାର ନାହିଁ ।

    ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ଭୁବନରେ ଝାଡ଼ାବାନ୍ତି ବ୍ୟାପିଲାଣି । ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓ NAC ର ବିଭିନ୍ନ ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ପ୍ରାୟ ୩୦ରୁ ଅଧିକ ଆକ୍ରାନ୍ତଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.7 ° C
    23.7 °
    23.7 °
    88 %
    2.7kmh
    81 %
    Sat
    24 °
    Sun
    30 °
    Mon
    29 °
    Tue
    25 °
    Wed
    28 °

    ସମ୍ବନ୍ଧିତ