Wednesday, September 3, 2025
25.1 C
Odisha

    କେନ୍ଦ୍ର ବଜେଟକୁ ନେଇ ରାଗିଗଲେ ମମତା ବାନାର୍ଜୀ

    ଆଗକୁ ପଢନ୍ତୁ

    ସାଧାରଣ ବଜେଟକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି “ମୋର କେବଳ ଏତିକି କହିବାର ଅଛି ଯେ ଏହି ବଜେଟ୍ ଦିଗହୀନ ଏବଂ ସାଧାରଣ ଲୋକଙ୍କ ବିରୁଦ୍ଧରେ। ଏଥିରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରହିଛି । ଏହି ବଜେଟରେ ମତେ କିଛି ଦେଖା ଯାଉ ନାହିଁ । ଖାଲି ଅନ୍ଧାର, ଅନ୍ଧାର ଓ ଅନ୍ଧାର । ” ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମକେ ଷ୍ଟାଲିନ ମଧ୍ୟ ସାଧାରଣ ବଜେଟକୁ ବିରୋଧ କରିଛନ୍ତି । ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଷ୍ଟାଲିନ୍ କେନ୍ଦ୍ର ବଜେଟ୍ କୁ ‘ଭେଦଭାବ ଏବଂ ନିରାଶା’ରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି । ଏହି ବଜେଟ୍ ବଛାବଛା ରାଜ୍ୟ ପାଇଁ ବୋଲି ଷ୍ଟାଲିନ୍ ଅଭିଯୋଗ କରିଛନ୍ତି । ସାଧାରଣ ବଜେଟରେ ତାମିଲନାଡୁକୁ ଅଣଦେଖା କରିଥିବା ଅଭିଯୋଗ ବିରୋଧରେ ଡିଏମକେ ସାଂସଦମାନେ ମଧ୍ୟ ବୁଧବାର ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହାବ୍ୟତୀତ ଜୁଲାଇ ୨୭ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ସେ ଯୋଗ ଦେବେ ନାହିଁ ବୋଲି ଷ୍ଟାଲିନ୍ କହିଛନ୍ତି । ଏହା ପୂର୍ବରୁ ବିରୋଧୀ ଦଳର ଅନେକ ନେତା ସାଧାରଣ ବଜେଟକୁ ସମାଲୋଚନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    90 %
    0.7kmh
    97 %
    Wed
    27 °
    Thu
    29 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ