Monday, April 13, 2026
40.3 C
Odisha

    କେହି ଦଖଲ କରିପାରିବେନି ଆଦିବାସୀଙ୍କ ଜମି : ରାଜସ୍ଵ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ରାଜ୍ୟରେ କେହି ଆଦିବାସୀଙ୍କ ଜମି ଦଖଲ କରିପାରିବେନି ବୋଲି ଆଜି ବିଧାନସଭା ପ୍ରଶ୍ନକାଳରେ ଏଭଳି କିଛି ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯଦି କେହି ଆଦିବାସୀଙ୍କ ଜମି କିଣନ୍ତି, ତେବେ ତାହାକୁ ବେଆଇନ ଘୋଷଣା କରାଯିବା ସହ ଉଚ୍ଛେଦ କରି ଫେରସ୍ତ ନିୟମ ରହିଛି। ଆଦିବାସୀଙ୍କ ଜମି କ୍ରୟ ନେଇ ୬୫୪ ମାମଲା ବିଚାରାଧୀନ ରହିଛି। ଆଦିବାସୀ ଜମି ଦଖଲ ନେଇ ୮୮୧ ମାମଲା ବିଚାରାଧୀନ ରହିଛି। ଆଦିବାସୀଙ୍କ ଜମି ଅଣ ଆଦିବାସୀମାନେ କିଣିବା ନେଇ ପ୍ରାୟ ୧୯, ୬୯୦ ମାମଲା ରହିଛି। ମାମଲାର ବିଚାର କ୍ଷମତା ଜିଲ୍ଲାପାଳମାନଙ୍କୁ ଦିଆଯାଇଛି। ଚଞ୍ଚକତା କରି ଆଦିବାସୀମାନଙ୍କ ଜମି ନେଇଥିଲେ , ଉପଜିଲ୍ଲାପାଳ ଏହାର ବିଚାର କରିବେ। ଏଭଳି ପ୍ରାୟ ୧୨ ହଜାର ୨୭୯ ମାମଲା ବିଚାରଧୀନ ଥିବା ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.3 ° C
    40.3 °
    40.3 °
    12 %
    4.5kmh
    0 %
    Mon
    41 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ