Wednesday, October 14, 2026
24.8 C
Odisha

    ୪୦ ସେକେଣ୍ଡରେ ଚମକାଇ ଦେଲେ ଶିନ୍ଦେ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଶପଥ ନେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଶିବସେନା ନେତା ଏକନାଥ ଶିନ୍ଦେ ଶପଥପାଠ କରିବାକୁ ମାଇକ ପାଖକୁ ଆସିଥିଲେ। ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ଶପଥପାଠ କରାଇବା ଲାଗି ଛିଡ଼ା ହୋଇଥିଲେ। ଏପରିକି ସେ ପ୍ରଥମ ଶବ୍ଦ ମଧ୍ୟ କହିସାରିଥିଲେ। ତେବେ ଶିନ୍ଦେ ଲିଖିତ ଶପଥକୁ ପାଠ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଜଣାଇ ୪୦ ସେକେଣ୍ଡ ଭାଷଣ ଦେଇଥିଲେ।ଏଥିସହ ସେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କୁ ପ୍ରଶଂସା କରିବା ସହ ତାଙ୍କ ରାଜନୈତିକ ଗୁରୁ ତଥା ଦିବଂଗତ ଶିବସେନା ନେତା ଆନନ୍ଦ ଦିଘେଙ୍କୁ ପ୍ରଶଂସା କରିଥିଲେ। ଶିନ୍ଦେଙ୍କ ଏଭଳି ଆଚରଣରେ ରାଜ୍ୟପାଳଙ୍କ ସମେତ ପ୍ରଧାନମନ୍ତ୍ରୀ ଅବାକ୍‌ ହୋଇ ଚାହିଁ ରହିଥିଲେ। ପରେ ଶିନ୍ଦେ ଶପଥପାଠ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ