Friday, October 9, 2026
30.5 C
Odisha

    କୋଳଥ ଡାଲି ଶରୀର ପାଇଁ ସଞ୍ଜିବନୀ ସଦୃଶ

    ଆଗକୁ ପଢନ୍ତୁ

    ଆମେ ଆମ ଦୈନନ୍ଦିନ ଜୀବନରେ ଡାଲି ଜାତୀୟ ଖାଦ୍ୟକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି। ବିଶେଷ କରି ଆମ ଓଡ଼ିଶାର ଲୋକ ଭାତ ସହ ଡାଲିକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି ଆମେ ବ୍ୟବହାର କରୁଥିବା ଡାଲିରେ କି ପ୍ରକାର ଫାଇଦା ରହିଛି।
    ବିଶେଷ କରି କୋଳଥ ଡାଲି। ଯାହାକୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ, କିଛି ଲୋକ ଏହାକୁ ଖାଇବା ବେଳେ ନାକ ଟେକନ୍ତି। ହେଲେ ଆପଣମାନେ ଜାଣିନାହାନ୍ତି ଏହି କୋଳଥ ଡାଲି ଅନେକ ବଡ଼ ବଡ଼ ରୋଗକୁ ହରାଇବାର କ୍ଷମତା ରଖିଛି।

    ବୈଜ୍ଞାନିକଙ୍କ ମତରେ: କୋଳଥ ଡାଲିକୁ ଦକ୍ଷିଣ ଭାରତର ଲୋକମାନେ ତାଙ୍କ ବ୍ୟଞ୍ଜନରେ ପ୍ରମୁଖ ଡାଲି ଭାବରେ ବ୍ୟବହାର କରିଥାନ୍ତି। କର୍ଣ୍ଣାଟକ ,ଆନ୍ଧ୍ରପ୍ରଦେଶ ,ତାମିଲନାଡୁ ବ୍ୟତୀତ ଓଡିଶା ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ,ବିହାର ଓ ହିମାଚଳ ପ୍ରଦେଶ ଇତ୍ୟାଦିରେ କୋଳଥ ଡାଲି ଚାଷ କରାଯାଏ।କୋଳଥ ଡାଲିର ବୈଜ୍ଞାନିକ ନାମ ହେଲା “macrotyloma uniflorum”।

    ବୈଜ୍ଞାନିକମାନେ ମଧ୍ୟ ଏହି କୋଳଥ ଡାଲିକୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଯାହାକି ଡାଇବେଟିସ୍ ଓ ମେଦବହୁଳ ଭଳି ରୋଗକୁ କଣ୍ଟ୍ରୋଲ କରିଥାଏ।

    କୋଳଥ ଡାଲି କିଡ୍ନୀଷ୍ଟୋନ ପାଇଁ ଲାଭଦାୟକ। କିଡ୍ନୀଷ୍ଟୋନରେ ପୀଡିତ ଥିବା ଲୋକ ମାନଙ୍କୁ ପ୍ରତିଦିନ କୋଳଥ ଡାଲି ସେବନ କରିବାକୁ କୁହାଯାଏ।

    କୋଳଥ ଡାଲି ଅଣ୍ଟିଆକ୍ସିଡେଣ୍ଟ ଓ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସମୃଦ୍ଧ ଅଟେ। ତେଣୁ ଡାକ୍ତର ମାନଙ୍କ ମତରେ କୋଳଥ ଡାଲି କିଡ୍ନୀରୁ ଷ୍ଟୋନକୁ ବାହାର କରିବା ପାଇଁ ସକ୍ଷମ ଅଟେ।

    ମଧୁମେହ ରୋଗ ବା ଡାଇବେଟିସ୍ ସହିତ ସଂଘର୍ଷ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ କୋଳଥ ଡାଲି ଲାଭ ଦାୟକ। ଏକ ଅଧୟନ ଅନୁସାରେ ଜଣା ପଡିଛି ଯେ କୋଳଥ ଡାଲିର ଅଣ୍ଟିଆକ୍ସିଡେଣ୍ଟ ଥିବା ହେତୁ ମଧୁମେହ କୁ ନିୟନ୍ତ୍ରଣ କରିଥାଏ।

    ଏହା ବ୍ୟତୀତ କୋଳଥ ଡାଲିରେ ରେଜିଷ୍ଟେନ୍ସ ଷ୍ଟାର୍ଚ୍ଚ ଥିବା ହେତୁ ରକ୍ତ ସର୍କରାକୁ ସନ୍ତୁଳିତ ରଖିଥାଏ। ତେଣୁ ମଧୁମେହ ରୋଗୀମାନେ କୋଳଥ ଡାଲି ଖାଇବା ଆବଶ୍ୟକ।

    ଆଜିକାଲି ଓଜନ ବଢିବା ସମସ୍ୟା ସମସ୍ତଙ୍କ ପାଖରେ ଦେଖା ଯାଉଛି। କୋଳଥ ଡାଲି ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। କାରଣ କୋଳଥ ଡାଲିର ପ୍ରଚୁର ପରିମାଣରେ ଫାଇବର ରହିଛି।

    ଏକ ଅଧୟନରୁ ଜଣା ପଡିଛି ଯେ ଫାଇବର ଯୁକ୍ତ ଖାଦ୍ୟ ପଦାର୍ଥ ମୋଟାପଣକୁ କମାଇ ଓଜନକୁ ନିୟନ୍ତ୍ରଣ କରିଥାଏ। ଓଜନକୁ ନେଇ ବ୍ୟସ୍ତ ହେଉଥିବା ବ୍ୟକ୍ତି ମାନେ ସକାଳୁ ଖାଲି ପେଟରେ କୋଳଥ ଡାଲିର ସିଝା ପାଣି ପିଅନ୍ତୁ।

    ଥଣ୍ଡା ଓ ଜ୍ୱର ଭଳି ଶାରୀରିକ ସମସ୍ୟାରେ କଷ୍ଟ ପାଉଥିବା ବେଳେ କୋଳଥ ଡାଲି ଶରୀରକୁ ଲାଭ ଦେଇଥାଏ। ଜ୍ୱର ଓ ଥଣ୍ଡା ପାଇଁ କୋଳଥ ଡାଲିର ପ୍ରୟୋଗ ଏକ ପାରମ୍ପରିକ ଔଷଧ ଭାବରେ ବହୁ ବର୍ଷରୁ କରାଯାଉଛି।କେବଳ ଜ୍ୱର ଥଣ୍ଡାରୁ ସୁସ୍ଥ କରିନଥାଏ ,କୋଳଥ ଡାଲି ଥଣ୍ଡା ଦ୍ୱାରା ଗଳା ସଂକ୍ରମଣରୁ ମଧ୍ୟ ଅରାମ ଦେଇଥାଏ। ଏକ ଅଧୟନ ରୁ ଜଣାପଡିଛି ଯେ କୋଳଥ ଡାଲିର ପାଣି ଥଣ୍ଡା ଜନିତ ସମସ୍ୟାରୁ ରକ୍ଷା କରିଥାଏ।

    ପ୍ରାୟ ଅଧିକାଂଶ ଲୋକ ଅଲ୍ସର ଯୋଗୁ କଷ୍ଟ ପାଇଥାନ୍ତି। ଏହି କଷ୍ଟରୁ କୋଳଥ ଡାଲିରେ ଥିବା ଫ୍ଲେବୋନୋୟଡ଼ ଦୂର କରିଥା। ଫ୍ଲେବୋନୋୟଡ଼ ଏକ ଆଣ୍ଟିଅଲ୍ସର ପରି କାମ କରେ। ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ଅଲ୍ସର ଦୂର ହୋଇଯାଏ।

    କୋଳଥ ଡାଲିରେ ଫାଇବର ମଧ୍ୟ ରହିଛି। ଯାହା ଅଲ୍ସରକୁ ଠିକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପେଟର ଅଲ୍ସର ପାଇଁ ଫାଇବର ଯୁକ୍ତ ଖାଦ୍ୟ ଖାଇବାକୁ ଉପଦେଶ ଦେଇଛନ୍ତି। ତେଣୁ ଭାରତୀୟ ଡାକ୍ତର ମାନେ ଅଲ୍ସର ରୋଗୀ ମାନଙ୍କୁ କୋଳଥ ଡାଲି ଖାଇବାକୁ କହିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ