Tuesday, April 7, 2026
24.4 C
Odisha

    କ୍ବାଡ୍‌ ବିଦେଶ ମନ୍ତ୍ରୀ ସମ୍ମିଳନୀରେ ଚୀନ୍‌କୁ କଡ଼ା ବାର୍ତ୍ତା‌

    ଆଗକୁ ପଢନ୍ତୁ

    ୱାସିଂଟନ୍‌:  ପ୍ରଥମ ବିଦେଶ ନୀତି କାର୍ଯ୍ୟକ୍ରମ ଅନ୍ତର୍ଗତ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ କ୍ବାଡ୍‌ ବି‌ଦେଶ ମନ୍ତ୍ରୀମାନଙ୍କର ଏକ ବୈଠକ କରିଛି।  ଏହି ବୈଠକରେ ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ବଢ଼ୁଥିବା ବିପଦ ମୁକାବିଲା କରିବା‌ ଦିଗରେ ସାମୁଦ୍ରିକ, ଅର୍ଥନୈତିକ ଏବଂ ପ୍ରଯୁକ୍ତି ସୁରକ୍ଷା‌ ସୁଦୃଢ଼ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ସେମାନେ ଏକ ‘ଫ୍ରି ଆଣ୍ଡ ଓପନ୍‌ ଇଣ୍ଡୋ-ପ୍ୟାସିଫିକ୍‌’ ଲକ୍ଷ୍ୟ ସଂକ୍ରାନ୍ତରେ ଦୃଢ଼ମତ ରଖିଛନ୍ତି। ବିଭିନ୍ନ କ୍ଷେତ୍ରରେ  ସହାୟତା ବୃଦ୍ଧି ପାଇଁ କ୍ବାଡ୍‌ ରାଷ୍ଟ୍ର ରାଜି ‌ହୋଇଛନ୍ତି। ବୈଠକରେ ଚୀନ୍‌କୁ କଡ଼ା ବାର୍ତ୍ତା ଦେଇ ଏହାର ବିସ୍ତାରବାଦ ନୀତିକୁ ସହ୍ୟ କରାଯିବ ନାହିଁ ବୋଲି କୁହାଯାଇଛି। ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ , ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନ୍ନି ଓଙ୍ଗ୍‌ ଏବଂ ଜାପାନ୍‌ ବିଦେଶ ମନ୍ତ୍ରୀ ତାକେଶୀ ଆଇୱାୟା ମିଳିତ ବିବୃତିରେ କହିଛନ୍ତି ଯେ  ସ୍ଥିତାବସ୍ଥା ପରିବର୍ତ୍ତନ କରିବା ଭଳି କୌଣସି ପ୍ରକାର ଏକତରଫା କାର୍ଯ୍ୟ କଦାପି ଗ୍ରହଣୀୟ ହେବନାହିଁ। ସେମାନେ ଆଇନର ଶାସନ, ଗଣତନ୍ତ୍ର, ସାର୍ବଭୌମତ୍ବ, ଭୌ‌ଗୋଳିକ ଅଖଣ୍ଡତା, ଅନ୍ତର୍ଜାତୀୟ ଆଇନ, ଅର୍ଥନୈତିକ ସୁଯୋଗ ଏବଂ ଶାନ୍ତି, ସ୍ଥିରତା ଏବଂ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି।    ଜୟଶଙ୍କର ଏକ୍ସରେ ଏକ ପୋଷ୍ଟ୍‌ କରି କ୍ବାଡ୍‌ ବୈଠକ ଅତ୍ୟନ୍ତ ଫଳପ୍ରଦ ରହିଥିବା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ