Tuesday, January 7, 2025
26.4 C
Odisha

    ଖଣି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ୬ ଗିରଫ

    ଆଗକୁ ପଢନ୍ତୁ

    ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ଖଣି ବିଭାଗ ଏନ୍‌ଫୋର୍ସମେ ସ୍କ୍ୱାଡ ଟିମ୍ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ଘସିପୁରା ପୁଲିସ । ଏଥିସହ ସେମାନେ ଅପରାଧ ଘଟାଇବା ସମୟରେ ବ୍ୟବହୃତ ଏକ କାର୍‌କୁ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ହେଲେ ସୋସୋ ଥାନା ବନ୍ତଳା ଗ୍ରାମର ପ୍ରଫୁଲ୍ଲ ପ୍ରଧାନ(୫୧), ନନ୍ଦିପଦା ଥାନା ଇଞ୍ଚଳ ଗ୍ରାମର ଦିପ୍ତିରଞ୍ଜନ ନାୟକ(୩୫), ଆଲୋକ କୁମାର ସା(୩୦), ଆନନ୍ଦପୁର ଥାନା ତରତରା ଗ୍ରାମର ଦିପ୍ତିରଞ୍ଜନ ବାରିକ(୨୪), ଆନନ୍ଦପୁର ୭ ନମ୍ୱର ୱାର୍ଡ ବାସିନ୍ଦା ପ୍ରମୋଦକୁମା ସ୍ୱାଇଁ ଓରଫ ଟୁକୁନା (୫୦) ଏବଂ ପାଟରାସାହିର ରାଜେଶକୁମାର ସା (୨୮) । ସେମାନଙ୍କ ବିରୋଧରେ ୪୨୩/୨୪ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ସିସିଟିଭି ଯାଞ୍ଚ ସହ ପାରିପାଶ୍ୱିର୍କ ଦିଗକୁ ଆଖି ଆଗରେ ରଖି ଅଭିଯୁକ୍ତଙ୍କୁ ଅଧିକ ପଚାରାଉଚାରା କରିବା ପରେ ପ୍ରାୟ ୧୫ ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବାକୁ ସ୍ୱତନ୍ତ୍ର ଟିମ୍ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଘସିପୁରା ଥାନା ଅଧିକାରୀ ରମାକାନ୍ତ ସାଏ ଆଜି ପ୍ରେସ୍ ମିଟ୍ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଗତ ରବିବାର ବିଳମ୍ୱିତ ରାତିରେ କେନ୍ଦୁଝର ଖଣିବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍ ଆନନ୍ଦପୁର ଅଞ୍ଚଳରେ ଚାଲୁଥିବା ଚୋରା ବାଲି ଗାଡ଼ି ଉପରେ ଚଢ଼ଉ କରିବାକୁ ଆସିଥିବା ସମୟରେ ଘସିପୁରା ଥାନା ବୈତରଣୀ ବ୍ରିଜ୍ ନିକଟ ସୁଡୁସୁଡ଼ିଆ ଛକଠାରେ ୪/୫ଟି ଗାଡିରେ ପ୍ରାୟ ୧୫/୨୦ ଜଣ ଦୁର୍ବୃତ୍ତ ଆସି ଗାଡି ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗାଡ଼ିଟି କ୍ଷତିଗ୍ରସ୍ତ ହେବା ସହ ଗାଡି ଭିତରେ ଥିବା ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ୱ୍ରମ ଏବଂ ତାଙ୍କର ୩ ସୁରକ୍ଷା କର୍ମୀ ଓ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    26 %
    3kmh
    0 %
    Tue
    27 °
    Wed
    27 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ