Friday, April 3, 2026
39.1 C
Odisha

    ଖବର କାଗଜରେ ଜିନିଷ ରଖି ଖାଉଛନ୍ତି କି? ତେବେ ପଡ଼ିପାରନ୍ତି ଏହି ରୋଗରେ

    ଆଗକୁ ପଢନ୍ତୁ

    ଆପଣ ସକାଳୁ ପ୍ରତିଦିନ ଚା’ର ଚୁସ୍କି ସହିତ ଦୁନିଆର ସମସ୍ତ ଖବରକୁ ଜାଣିବା ପାଇଁ ଆମେ ଖବର କାଗଜର ସାହାରା ନେଇଥାନ୍ତି । ଯାହା ଦ୍ବାରା ଆମେ ଦେଶର କୋଣ ଅନୁକୋଣର ଖବର ଜାଣିଥାଉ କିନ୍ତୁ ଅନେକ ଥର ଆପଣ ଦେଖିଥିବେ ଯେ ଖବର କାଗଜକୁ ଘରୋଇ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ । ଆପଣ ପୁରୁଣା ଖବର କାଗଜକୁ ରୁଟି ରଖିବା, କିଛି ଜିନିଷକୁ ଢ଼ାଙ୍କିବା କିମ୍ବା ବଜାରରୁ କିଛି ଜିନିଷ ଆଣିବା ସମୟରେ ପ୍ୟାକେଟ ଭାବରେ କରାଯାଇଥାଏ। ଅଧିକାଂଶ ସମୟରେ ଏମିତି ହୋଇଥାଏ ଯେ ଖାଦ୍ୟ ପଦାର୍ଥକୁ ଆମେ ଖବର କାଗଜରେ ଗୋଡାଇ ଘରକୁ ଆଣିଥାଉ । କିନ୍ତୁ ଆପଣଙ୍କୁ ଜଣାନାହିଁ ଯେ ଖବର କାଗଜରେ ରଖାଯାଇଥିବା ସବୁ ଜିନିଷ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆପଣ ଭାବୁଥିବେ ଏମିତି କାହିଁକି ହୁଏ, ତେବେ ଆମେ ଆପଣଙ୍କୁ ଜଣାଇବୁ ଯେ ଏହା ପଛର କାରଣ ।

    ଖବର କାଗଜର ଛପା ହିଁ ଏହାର ମୁଖ୍ୟ କାରଣ ଅଟେ। ଖବର କାଗଜର ଛପାରେ ମୁଖ୍ୟତଃ ଡାଇ ଆଇସୋବ୍ୟୂଟାଇଲ ଫଟାଲେଟ ଏବଂ ଡାଇଏନ ଆଇସୋବ୍ୟୁଟାଇଲେଟ ଭଳି କ୍ଷତିକାରକ କେମିକାଲ ରହିଥାଏ । ଯାହା ମଣିଷ ଶରୀରକୁ କ୍ଷତି ପହଁଞ୍ଚାଇଥାଏ ।

    ଖବର କାଗଜରେ ଗରମ ଖାଦ୍ୟ ରଖିବା ସବୁଠୁ ଅଧିକ କ୍ଷତିକାରକ ହୋଇଥାଏ । କାରଣ ଖବର କାଗଜର କାଳୀ କ୍ଷତିକାରକ ରସାୟନ ତାପ ପାଇବା ଦ୍ବାରା ନିଜର ବାୟୋଆକ୍ଟିଭକୁ ସକ୍ରୀୟ କରିଦିଏ । ଏହି ବାୟୋଆକ୍ଟିଭ ତତ୍ତ୍ବ ସକ୍ରୀୟ ହୋଇ ଖାଦ୍ୟ ପଦାର୍ଥରେ ଗୋଳାଇ ହୋଇଯାଏ ଏବଂ ଖାଇବା ବେଳେ ଶରୀର ଉପରେ ପ୍ରଭାବ ପକାଇଥାଏ ।

    କ୍ଷତିକାରକ କାଳୀ ଲୋକମାନଙ୍କର ଶରୀର ମଧ୍ୟକୁ ଯାଇ କର୍କଟ ଭଳି ଭୟଙ୍କର ଏବଂ ଅନେକ ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ଏମିତି ଭାବରେ ଖବର କାଗଜର ବ୍ୟବହାର କରିବା ଦ୍ବାରା ସବୁଠୁ ଅଧିକ ପ୍ରଭାବ ପିଲାଙ୍କ ମସ୍ତିଷ୍କରେ ପଡିଥାଏ ଏବଂ ପିଲାମାନଙ୍କ ବ୍ରେନ୍ ପାୱାର ହ୍ରାସ ହେବାକୁ ଲାଗିଥାଏ । ତେବେ ଆପଣ ଏହି ଅଭ୍ୟାସକୁ ତୁରନ୍ତ ଏଡ଼ାନ୍ତୁ । ତେଣୁ, ଆମେ କେବେବି ଖବରକାଗଜରେ ଗରମ ଖାଦ୍ୟ ରଖିବା ଉଚିତ୍ ନୁହେଁ ।

    ଖବରକାଗଜରେ ଗୁଡ଼ାଇ ଖାଦ୍ୟ ଖାଇବା ଦ୍ୱାରା ଅନେକ ପାଚନ ସମସ୍ୟା ସୃଷ୍ଟି ହୋଇପାରେ । ଖବରକାଗଜ କାଳି ପାଚନ ପ୍ରକ୍ରିୟାକୁ ନଷ୍ଟ କରିପାରେ। ଏହା ପେଟ ପୋଡ଼ିବା, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି କରିପାରେ। ଦୀର୍ଘ ସମୟ ଧରି ଖବରକାଗଜରେ ଗୁଡ଼ାଇ ଖାଦ୍ୟ ଖାଇବା ଦ୍ୱାରା ପାଚନ କ୍ରିୟା ଦୁର୍ବଳ ହୋଇପାରେ। ସୁସ୍ଥ ରହିବା ପାଇଁ, ଖବରକାଗଜରେ ଗୁଡ଼ାଇ ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ।

    ଖବରକାଗଜ କାଳିରେ ଆଇସୋପ୍ରୋପିଲ ଆଲକୋହଲ, ପଲିଥିଲିନ ଗ୍ଲାଇକଲ, ଡାଇଥାଇଲିନ ଗ୍ଲାଇକଲ ଭଳି ପଦାର୍ଥ ମିଶି ରହିଥାଏ । ଯାହା ଖାଦ୍ୟରେ ମିଶିବା ପରେ ହରମୋନକୁ ଇନବାଲାନ୍ସ କରିଥାଏ । ହରମୋନ ଯେପରିକି ଥାଇରଏଡ୍, ଇନସୁଲିନ୍, ଇଷ୍ଟ୍ରୋଜେନ୍ ଇତ୍ୟାଦିର ସନ୍ତୁଳନକୁ ବିଗାଡ଼ିପାରେ ।

    ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଖବରକାଗଜରେ ଗୁଡ଼ାଇ ଖାଦ୍ୟ ଖାଆନ୍ତି, ତେବେ ତାଙ୍କର ଦୃଷ୍ଟିଶକ୍ତି ହ୍ରାସ ପାଇବାର ଆଶଙ୍କା ଥାଏ । ଏହି ବିଷାକ୍ତ ପଦାର୍ଥ ଆଖିକୁ କ୍ଷତି ପହଞ୍ଚାଏ। ବିଶେଷକରି ବୟସ୍କ ବ୍ୟକ୍ତି ଏବଂ ପିଲାମାନଙ୍କ ଆଖି ଏଥିରେ ଅଧିକ ପ୍ରଭାବିତ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ