Friday, March 6, 2026
32.2 C
Odisha

    ଖରାଦିନେ ବ୍ରଣ ପାଇଁ ଲଗାନ୍ତୁ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌

    ଆଗକୁ ପଢନ୍ତୁ

     

    ଗ୍ରୀଷ୍ମ ଋତୁରେ ପିଜୁଳି ବହୁତ ଲାଭଦାୟକ ହୋଇଥାଏ ।  ସେହିପରି ଏହାର ପତ୍ର ମଧ୍ୟ ବହୁତ ଉପକାରୀ ବୋଲି ଜଣାଯାଏ । ପିଜୁଳି ପତ୍ରରେ ଆଣ୍ଟି ମାଇକ୍ରୋବିୟଲ ଆକ୍ସନ ହୋଇଥାଏ । କାହିଁକି ନା, ଏଥିରେ ଗ୍ୟାଲିକ ଏସିଡ୍‌, ଏସ୍କୋର୍ବିକ ଏସିଡ, କାରୋଟେନାଇଡ୍‌ସ ଭଳି ଆକ୍ଟିଭ ଇନ୍‌ଗ୍ରୀଡିଏଣ୍ଟସ୍‌ ମହଜୁଦ ଥାଏ, ଯାହାକି ସ୍କିନ୍‌ ଇନ୍‌ଫେକ୍ସନ ଏବଂ ଜ୍ୱଳନ ଆଦିକୁ ଠିକ୍‌ କରିପାରିଥାଏ । ଆଜି ଆମେ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତି ବିଷୟରେ କହିବୁ ।

    ଆବଶ୍ୟକ ସାମଗ୍ରୀ

    -ପ୍ରଥମେ କଅଁଳ ପିଜୁଳି ପତ୍ର ନିଅନ୍ତୁ ।

    -ଏହାକୁ ଭଲ ଭାବେ ସଫା କରି ନିଅନ୍ତୁ ।

    -ଏଥିରେ ଅଳ୍ପ ପାଣି ଦେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

    ଲଗାଇବା ବିଧି

    ଏହାକୁ ଲଗାଇବା ପାଇଁ ପ୍ରଥମେ ଚେହେରାକୁ ନଖଉଷୁମ ପାଣି ଅଥବା ମାଇଲ୍ଡ କ୍ଲିଞ୍ଜରରେ ଧୁଅନ୍ତୁ । ନଚେତ୍‌ ଆପଣ ନିଜ ଚେହେରାକୁ ୫ ମିନିଟ୍‌ ପାଇଁ ଷ୍ଟିମ୍‌ ମଧ୍ୟ ଦେଇପାରିବେ, ଯାହାଫଳରେ କି, ଲୋମକୂପ ଖୋଲିଯିବ । ଏବେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ । ପେଷ୍ଟ ଶୁଖିଯିବା ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.2 ° C
    32.2 °
    32.2 °
    15 %
    1.3kmh
    4 %
    Fri
    36 °
    Sat
    38 °
    Sun
    37 °
    Mon
    38 °
    Tue
    39 °

    ସମ୍ବନ୍ଧିତ