Monday, April 6, 2026
23.4 C
Odisha

    ଖାଲିଦା ଜିଆଙ୍କୁ ଖଲାସ କଲା ବାଂଲାଦେଶ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ଢାକା: ଦୁର୍ନୀତି ମାମଲାରେ ବାଂଲାଦେଶ ହାଇକୋର୍ଟ ବାଂଲାଦେଶ ନ୍ୟାସନାଲିଷ୍ଟ୍‌ ପାର୍ଟି (ବିଏନ୍‌ପି)ର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ (୭୯)ଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ଆଜି ଦେଶର ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଖଲିଦା ଜିଆ, ଆୱାମୀ ଲିଗ୍‌ର ନେତ୍ରୀ ତଥା ଗାଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ତୀବ୍ର ବିରୋଧୀ ଭାବେ ବେଶ୍‌ ପରିଚିତ। ଶେଖ୍‌ ହସିନାଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ, ୮ ଫେବ୍ରୁଆରି ୨୦୧୮ରେ ଖାଲିଦା ଗିରଫ ହୋଇଥିଲେ। ଜିଆ ଅନାଥାଳୟ ଟ୍ରଷ୍ଟର ପାଣ୍ଠି ଦୁରୁପଯୋଗ ମାମଲାରେ ଖାଲିଦା, ବିଏନ୍‌ପିର କାର୍ଯ୍ୟକାରୀ ସଭାପତି ତାରିକ ରହେମାନ୍‌ ଓ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ଖାଲିଦା ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତାରିକ ରହେମାନ୍‌, ସିଦ୍ଦ୍‌କି ଓ ମୋମିନୁର୍‌ ରହେମାନ୍‌ ଫେରାର୍‌ ହୋଇଯାଇଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଗିରଫ କରାଯାଇଛି ବୋଲି ଉଭୟ ଖା ଲିଦା ଓ ତାଙ୍କ ଦଳ ଅଭିଯୋଗ କରିଥିଲେ। ନିଜର ଗିରଫଦାରି ବିରୋଧରେ ଖାଲିଦା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନକୁ ୧୧ ନଭେମ୍ବର ୨୦୨୪ରେ ସୁପ୍ରିମକୋର୍ଟ ବିଚାର ନିମନ୍ତେ ଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ