Friday, September 18, 2026
31.1 C
Odisha

    ଆମେରିକାରେ ପନ୍ନୁ ହତ୍ୟା ଉଦ୍ୟମ ମାମଲା: ଅଭିଯୁକ୍ତଙ୍କ ବିରୋଧରେ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ‌ ପନ୍ନୁକୁ ହତ୍ୟା ଉଦ୍ୟମ ମାମଲା ସଂକ୍ରାନ୍ତ ଅଭିଯୋଗର ଭାରତ ବି ତଦନ୍ତ କରୁଛି। ଗତବର୍ଷ ଆମେରିକା ପନ୍ନୁକୁ ହତ୍ୟା ଉଦ୍ୟମ ପ୍ରସଙ୍ଗ ଉଠାଇବା ସହ ଜଣେ ପୂର୍ବତନ ଭାରତୀୟ ସରକାରୀ ଅଧିକାରୀଙ୍କର ଏହି ମାମଲାରେ ହାତ ଥିବା ଅଭିଯୋଗ ଆଣିଥିଲା। ଭାରତ ମଧ୍ୟ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ଆମେରିକାର ଏହି ଅଭିଯୋଗ ଓ ସୂଚନା ଆଧାରରେ ଭାରତ ଉକ୍ତ ଘଟଣାର ତଦନ୍ତ କରିବାପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି ବୋଲି ଗୃହ ମନ୍ତ୍ରାଳୟ କହିଛି। ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ତଦନ୍ତକାରୀ କମିଟି ଉକ୍ତ ମାମଲାରେ ତଦନ୍ତ ଜାରି ରଖିଛନ୍ତି ଏବଂ ଆମେରିକା କର୍ତ୍ତୃପକ୍ଷଙ୍କ ନିକଟରୁ ଉକ୍ତ ମାମଲାରେ ପୂର୍ଣ୍ଣ ସହଯୋଗ ମିଳୁଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମାମଲାରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ ହୋଇଥିବା ଜଣାପଡ଼ିଛି। ମନ୍ତ୍ରାଳୟ କହିଛି ଯେ ଦୀର୍ଘ ଦିନର ତଦନ୍ତ ପରେ କମିଟି ଏହାର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.1 ° C
    31.1 °
    31.1 °
    65 %
    2.2kmh
    51 %
    Fri
    31 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ