Saturday, June 7, 2025
34.2 C
Odisha

    ଖାଲିପେଟରେ ଚୋବାନ୍ତୁ ନାହିଁ ତୁଳସୀ ପତ୍ର, ଭୋଗିପାରନ୍ତି ସମସ୍ୟା

    ଆଗକୁ ପଢନ୍ତୁ

    ସୂର୍ଯ୍ୟଦୋୟ ହେବା ମାତ୍ରେ ତୁଳସୀ ଗଛକୁ ଆମେ ପୂଜା କରିଥାଉ । ତୁଳସୀ ଔଷଧୀୟ ଗୁଣରେ ଭରପୁର ବୋଲି ଆମେ ଜାଣୁ । ଯାହା ଦ୍ବାରା ଆମେ ତୁଳସୀ ପତ୍ରକୁ ଅନେକ ସମସ୍ୟା ପାଇଁ ବ୍ୟବହାର କରିଥାଉ । ବିଶେଷଜ୍ଞମାନେ ତୁଳସୀ ଗଛର ପତ୍ରକୁ ଦେହ ପାଇଁ ହିତକର ବୋଲି ବିବେଚନା କରିଥାନ୍ତି । ଅନେକ ଲୋକେ ଏହାକୁ ଚା’ରେ ମଧ୍ୟ ବ୍ୟବହାର କରିଥାନ୍ତି । ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ଲୋକେ ଖାଲିପେଟରେ ତୁଳସୀ ପତ୍ରକୁ ଚୋବାଇ ଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି? ଖାଲିପେଟରେ ଚୋବାଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହା ଆମର କ’ଣ କ୍ଷତି କରିଥାଏ ? ତେବେ ଏହାକୁ ବୈଜ୍ଞାନିକ ଏବଂ ଧାର୍ମିକ ଉଭୟ ଦିଗରୁ ବୁଝିବା ।

    ତୁଳସୀ ପତ୍ରକୁ ପୂଜାରେ ବ୍ୟବହାର କରାଯାଇଥାଏ । ଏହାକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଥାଏ । ତୁଳସୀକୁ କାମୁଡିବା ଫଳରେ ଅପବିତ୍ର ହୋଇଯାଏ ବୋଲି ମାନାଯାଇଥାଏ । ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ, ତୁଳସୀ ପତ୍ରକୁ ଛିଣ୍ଡାଇ ସିଧା ଗିଳିଦେବା ଉଚିତ୍ । ଦାନ୍ତରେ ଚୋବାଇବା ଉଚିତ୍ ନୁହେଁ । ଯାହା ଅପମାନ ସଦୃଶ ହୋଇଥାଏ  । ଫଳରେ ନକରାତ୍ମକ ପ୍ରଭାବ ପକାଇପାରେ ବୋଲି କୁହାଯାଇଥାଏ ।

    ଯଦି ବୈଜ୍ଞାନିକ କାରଣକୁ ଲକ୍ଷ୍ୟ କରାଯାଇ କୁହାଯାଏ ତେବେ ତୁଳସୀ ପତ୍ରରେ ପାରଦ ଭଳି ଉପାଦାନ ରହିଥାଏ । ଯାହା ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ । ଦାନ୍ତର ଏନାମେଲକୁ ଖରାପ କରିଦେଇଥାଏ ତୁଳସୀରେ ଥିବା ପାରଦ । ଅଧିକ ସମୟ ଚୋବାଇବା ଦ୍ବାରା ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ଦାନ୍ତ ସମସ୍ୟା ଦେଖାଦେଇଥାଏ । ଏହି ପତ୍ରରେ ହାଲୁକା ଅଂଶର କଷା ଅଂଶ ରହିଥାଏ । ଯାହା ଫଳରେ ମୁହଁ ଜଳିବା ଏବଂ କ୍ଷତ ହେବା ଭଳି ସମସ୍ୟା ଦେଖା ଦେଇଥାଏ ।

    ଯଦି ଆପଣ ସେମିତି କୌଣସି ସମସ୍ୟାର ସମ୍ମୁଖାନ କରୁଛନ୍ତି ତେବେ ତୁଳସୀ ପତ୍ର ଚୋବାଇବା ଅପେକ୍ଷା ଚା’ କିମ୍ବା କାଡା କରି ପିଅନ୍ତୁ । ଚର୍ମ ଜନିତ ସମସ୍ୟାକୁ ଦୂର କରିଥାଏ ତୁଳସୀ । କିନ୍ତୁ ପ୍ରତ୍ୟେକ ଜିନିଷ ଏକ ନିର୍ଦ୍ଦିଷ୍ଟ ଉପାୟ ରହିବା ଆବଶ୍ୟକ । ତେଣୁ ଆପଣ ଏହାକୁ କାଢା କିମ୍ବା ପାଣିରେ ଫୁଟାଇ ପିଇପାରିବେ । ଏହା ବ୍ୟତୀତ ଆପଣ ତୁଳସୀକୁ ମହୁ କିମ୍ବା ଅଦା ସହ ମିଶାଇ ସେବନ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.2 ° C
    34.2 °
    34.2 °
    29 %
    2.8kmh
    59 %
    Sat
    33 °
    Sun
    41 °
    Mon
    43 °
    Tue
    42 °
    Wed
    38 °

    ସମ୍ବନ୍ଧିତ