Tuesday, November 24, 2026
24.5 C
Odisha

    ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ବ୍ରେକ ସିଷ୍ଟମ ଫେଲ୍ ଯୋଗୁଁ ଦୁର୍ଘଟଣା

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋ ବିମାନ ଲାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ବିମାନ ପାର୍କିଂ ପାଇଁ ଯାଉଥିବା ବେଳେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଫଳରେ ବିମାନଟି ରୋକିହୋଇନଥିଲା । ପାର୍କିଂ ବେଳେ ଥିବା ଖୁଣ୍ଟରେ ଧକ୍କା ହୋଇଥିଲା । ବିମାନ ଖୁଣ୍ଟରେ ପିଟି ହେବା ଯୋଗୁଁ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଛି ।

    ଖବର ମୁତାବକ, ମୁମ୍ବାଇରୁ ଶ୍ରୀନଗର ଯାଇ ଅବତରଣ କରିଥିବା ଇଣ୍ଡିଗୋ ବିମାନ 6E 225 ଲାଣ୍ଡିଂ ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଓହ୍ଲାଇ ଯାଇଥିବା ବେଳେ ବିମାନଟି ପାର୍କିଂ ପାଇଁ ଯାଇଥିଲା । ଏହି ସମୟରେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ତେଣୁ ବିମାନଟି ରୋକି ନ ହୋଇପାରି ସେଠାରେ ଥିବା ଏକ ଖୁଣ୍ଟରେ ପିଟି ହୋଇଥିଲା । ଫଳରେ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ବିମାନଟି ପାର୍କିଂ ସ୍ଥାନକୁ ନିଆଯାଇ କ୍ଷତିଗ୍ରସ୍ତ ଉଡ଼ାଣ ପାଇଁ ରୋକାଯାଇଛି । ଧକ୍କା ଯୋଗୁଁ ବିମାନର ସାମ୍ନା ଭାଗ ବା ନୋଜ୍ ସେକ୍ସନ୍‌ରେ କିଛି କ୍ଷତି ହୋଇଥିବା ଜଣାପଡ଼ିଛି । ଘଟଣା ପରେ ବିମାନର ସୁରକ୍ଷା ଯାଞ୍ଚ ଆରମ୍ଭ କରାଯାଇଛି ।

    ଶ୍ରୀନଗର ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, ବିମାନବନ୍ଦରର କାର୍ଯ୍ୟ ସ୍ୱାଭାବିକ ରହିଛି । ନିର୍ଦ୍ଧାରିତ ସମୟ ଅନୁଯାୟୀ ବିମାନର ଆସିବା ଓ ଯିବା ଜାରି ରହିଛି ।

    ତେବେ ବିମାନରେ ଠିକ୍ କେତେ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ, ସେନେଇ ଇଣ୍ଡିଗୋ କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସ୍ପଷ୍ଟୋକ୍ତି ଆସିନାହିଁ । ଘଟଣା ପରେ ସୁରକ୍ଷା ଟିମ୍‌ ଏବଂ DGCA ପକ୍ଷରୁ ବିମାନର ଯାଞ୍ଚ କରାଯାଉଛି । ସମସ୍ତ ଯାତ୍ରୀ ଓ କ୍ରୁ ସୁରକ୍ଷିତ ଥିବାରୁ କୌଣସି ଜୀବନହାନିର ଆଶଙ୍କା ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    76 %
    1.2kmh
    35 %
    Tue
    22 °
    Wed
    27 °
    Thu
    26 °
    Fri
    26 °
    Sat
    24 °

    ସମ୍ବନ୍ଧିତ