Wednesday, November 5, 2025
25.4 C
Odisha

    ଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି, ବଢିବ ରାଜସ୍ୱ : ମନ୍ତ୍ରୀ ବିଭୂତି ଭୂଷଣ ଜେନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି । ଖଣି ନିଲାମ ଦ୍ୱାରା ରାଜସ୍ୱ ବଢିବ ବୋଲି ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର ଆସିବା ପରେ ଗୋଟିଏ ବର୍ଷରେ ୮ଟି ଖଣି ନିଲାମ କରିଛନ୍ତି । ଖୁବ୍‌ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି । ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ । ତାହା ସହ ଶିଳ୍ପ ଆସିବା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସେ ଦିଗକୁ ପ୍ରାଧାନ୍ୟ ଦେଇ ଖଣି ବିଭାଗ କାମ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.4 ° C
    25.4 °
    25.4 °
    53 %
    1.4kmh
    27 %
    Wed
    27 °
    Thu
    28 °
    Fri
    28 °
    Sat
    27 °
    Sun
    25 °

    ସମ୍ବନ୍ଧିତ