Tuesday, August 26, 2025
27.9 C
Odisha

    ଖୁବ୍ ଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦର ସଂପ୍ରସାରଣ : ବିମାନ ଚଳାଚଳ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଖୁବ୍‌ଶୀଘ୍ର ହେବାକୁ ଯାଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ସଂପ୍ରସାରଣ କାମ । ଏ ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।  “୧୦ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି । ଏବେ ଦେଶରେ ଅନେକ ଛୋଟ ସହରରେ ବିମାନ ବନ୍ଦର ନିର୍ମାଣ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମରେ ୩୫୦ ନୂଆ ଏୟାରପୋର୍ଟ ଯୋଜନା । ଆସନ୍ତା ଦଶ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି ଲକ୍ଷ୍ୟ । ପୁରୀରେ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିସାରିଛି । ରାଜ୍ୟ ସରକାର କେବେ କାମକୁ ଆଗକୁ ବଢାଉଛନ୍ତି ତାକୁ ହିଁ ଅପେକ୍ଷା ।”  ଭୁବନେଶ୍ୱର ବିମାନବନ୍ଦର ପରିସରରେ ‘ଉଡାନ ଯାତ୍ରୀ କାଫେ’ର ଉଦଘାଟନ ପରେ କେ. ରାମମୋହନ ନାଇଡୁ କିଛି ଏମିତି ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ; ଚେନ୍ନାଇ, ଅହମ୍ମଦାବାଦ, ପୁନେ ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଚି ‘ଉଡାନ ଯାତ୍ରୀ କାଫେ’ । ଏହାକୁ ଉଦଘାଟନ କଲେ କେ. ରାମମୋହନ ନାଇଡୁ । କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ, ଯେଉଁଥିରେ ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ । ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    81 %
    1.3kmh
    96 %
    Tue
    28 °
    Wed
    30 °
    Thu
    29 °
    Fri
    28 °
    Sat
    29 °

    ସମ୍ବନ୍ଧିତ