Friday, April 3, 2026
39.1 C
Odisha

    ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସରେ କମାଲ କରିଥିଲେ ରଶ୍ମିତା, ସମ୍ବର୍ଦ୍ଧିତ କଲେ କିଟ୍ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ୧୨୫ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧା ସଳଖ କଥା ହୋଇଥିବା କିଟ୍ ଛାତ୍ରୀ ତଥା କ୍ରୀଡାବିତ ରଶ୍ମିତା ସାହୁଙ୍କୁ କିଟ୍ ଓ କିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।  ଜଳକ୍ରୀଡ଼ାରେ ଦକ୍ଷତା ଓ ପାରଙ୍ଗମତାକୁ ନେଇ ଦୁଇ ସ୍ବର୍ଣ୍ଣ ପଦକ ପାଇଥିବା ରଶ୍ମିତାଙ୍କୁ କିଟ୍ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଏହାସହ କିଟ୍ ଓ କିସ୍ ପକ୍ଷରୁ ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଥିଲା ।  କାଶ୍ମୀର ଡାଲ୍ ଲେକ୍ ଠାରେ ଆୟୋଜିତ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ଇଭେଣ୍ଟରେ ଭାଗ ନେଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରି କିଟ୍ ବିଶ୍ବବିଦ୍ୟାଳୟ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରଶ୍ମିତା ।

    ବର୍ତ୍ତମାନ କିଟ୍ ବିଶ୍ୱବିଦ୍ୟାଳୟରେ ସେ ନିଜର ସ୍ନାତକ ଶିକ୍ଷା ଗ୍ରହଣ କରୁଛନ୍ତି ।  ଏହି ଅବସରରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ରଶ୍ମିତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ।  ଆଲୋଚନା ସମୟରେ ରଶ୍ମିତାଙ୍କ ପରିବାରର ସମସ୍ୟା କଥା ପଚାରି ବୁଝିଥିଲେ। ରଶ୍ମିତାଙ୍କ ପରିବାରର ଆର୍ଥିକ ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ଡକ୍ଟର ସାମନ୍ତ ରଶ୍ମିତାଙ୍କ ଭାଇଙ୍କୁ କିଟରେ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଡକ୍ଟର ସାମନ୍ତଙ୍କ ସହଯୋଗ ପାଇଁ ରଶ୍ମିତା କୃତଜ୍ଞତା ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ