Sunday, January 11, 2026
27.1 C
Odisha

    ଖୋର୍ଦ୍ଧା ଜଣ୍ଡିସ ବ୍ୟାପିବା କାରଣ : ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ, ୭ ଦିନ ପାଇଁ ଛୁଟି ଘୋଷଣା

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା : ସାମ୍ନାକୁ ଆସିଲା ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବାର କାରଣ । ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣି ବ୍ୟବହାରରୁ ଛାତ୍ରଙ୍କୁ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପାଣି ନମୁନା ରିପୋର୍ଟ ଆସିବା ପରେ ଏହା ଜଣାପଡ଼ିଛି । ପାନୀୟ ଜଳ ଯୋଗାଣ ହେଉ କିମ୍ବା ୱାଟକୋ ସମସ୍ତେ କିଭଳି ସ୍ୱଚ୍ଛ ପାନୀୟ ପାଣି ଯୋଗାଇ ଦେବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଜଣ୍ଡିସ ସଂକ୍ରମଣ ଯୋଗୁ ବିଦ୍ୟାଳକୁ ୭ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ । ଖୋର୍ଦ୍ଧା ପିଏମ ଶ୍ରୀସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ୫୦ରୁ ଅଧିକ ପିଲା ଜଣ୍ଡିସ୍ ଆକ୍ରାନ୍ତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    14 %
    2.7kmh
    2 %
    Sun
    25 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ