Friday, October 9, 2026
28.3 C
Odisha

    ଅକ୍ସିଜେନ ପ୍ଲାଣ୍ଟ ଅଚଳ ହୋଇପଡ଼ିଛି ହନ୍ତସନ୍ତ ହେଉଛନ୍ତି ରୋଗୀ

    ଆଗକୁ ପଢନ୍ତୁ

    ଗୁଣୁପୁର : ଲୋକଙ୍କ ହିତରେ ଲାଗୁନି ଅକ୍ସିଜେନ ପ୍ଲାଣ୍ଟ । କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ ? ନିର୍ମାଣର ୫ ବର୍ଷ ପରେ ବି ହେଉନି କାର୍ଯ୍ୟକାରୀ । କୋଭିଡ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ କରାଯାଇଥିଲା । ୨୦୨୧ ଅକ୍ଟୋବର ୭ ତାରିଖରେ ଏହି ଅକ୍ସିଜେନ ପ୍ଳାଣ୍ଟ ଆରମ୍ଭ ହୋଇଥିଲା ।

    ପି.ଏମ. କେର ଫଣ୍ଡ ଯୋଗେ ସ୍ଥାପିତ ହୋଇଥିବା ୪୫୦ ଏଲ. ପି . ଏମ୍ . କ୍ଷମତା ବିଶିଷ୍ଟ ଏହି ଅକ୍ସିଜେନ ପ୍ଳାଣ୍ଟ ଆଭାଷୀ ମାଧ୍ୟମରେ ଏହାର ଶୁଭାରମ୍ଭ କରାଯାଇଥିଲା । (ଏଚ ପି ସି ଏଲ) ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପରେସେନ ନାମକ ନିର୍ମାଣକାରୀ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଥିଲା । ବିଭିନ୍ନ ୱାର୍ଡରେ ଥିବା ରୋଗୀଙ୍କୁ ଅକ୍ସିଜେନ ଯୋଗାଇବା ପାଇଁ ପାଇପ ଲାଇନ ବିଛା କାମ ମଧ୍ୟ ସରିଯାଇଛି ହେଲେ ଅକ୍ସିଜେନ ପ୍ଳାଣ୍ଟ କାର୍ଯ୍ୟକ୍ଷମ ହୋଇନଥିବାରୁ ରୋଗୀଙ୍କୁ ମାନୁଆଲ ମେସିନ ସହାୟତାରେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଦୀର୍ଘ ବର୍ଷ ଧରି ଏହି ପ୍ଳାଣ୍ଟ ଅଚଳ ହୋଇପଡ଼ିଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଅକ୍ସିଜେନ ପ୍ଳାଣ୍ଟ ଏବେ ଖତ ଖାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏପରିକି ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ମରୁଡି ଯୋଗୁଁ ଏହି ଚିକିତ୍ସାଳୟଟି ରେଫେରେଲ ସେଣ୍ଟର ପାଲଟିଛି ।

    ଅକ୍ସିଜେନ ପ୍ଳାଣ୍ଟ ଅଚଳ ହୋଇଥିବା ଘଟଣା ପ୍ରସଙ୍ଗରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ସୁପରିଟେଣ୍ଡେଣ୍ଟ ଡ଼ ଶ୍ରୀକାନ୍ତ ଜେନାଙ୍କ ସହ ପ୍ରକାଶ କରିଛନ୍ତି ଯେ ଗୁଣୁପୁର ଚିକିତ୍ସାଳୟରେ ନୂତନ ଭାବେ କାର୍ଯ୍ୟରେ ସେ ଯୋଗ ଦେଇଥିବା ବେଳେ ପ୍ଳାଣ୍ଟ ଅଚଳ ପ୍ରସଙ୍ଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଛନ୍ତି। ଚାଲୁ କରିବା ପାଇଁ ଖୁବ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

    ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଯଦି ଏ ପ୍ରକାର ଅବ୍ୟବସ୍ଥା ତେବେ ଗ୍ରାମାଞ୍ଚଳ ଗୁଡିକ ରେ ଥିବା ଡାକ୍ତରଖାନା ଗୁଡିକରେ ଲୋକେ କିପରି ସେବା ପାଉଥିବେ ଏହି ପରିସ୍ଥିତିରୁ ସ୍ପଷ୍ଟ ଅନୁମାନ କରିପାରିବା । କେବେ କାର୍ଯ୍ୟକ୍ଷମ ହେବ ଅଚଳ ଅକ୍ସିଜେନ ପ୍ଲାଣ୍ଟ ? କେବେ ରୋଗୀ ପାଇବେ ଏହାର ସୁବିଧା ତାହା ଦେଖିବା କୁ ରହିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    72 %
    1.6kmh
    0 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ