Thursday, June 18, 2026
26 C
Odisha

    ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ଘୋଷଣା, ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ୨୨ ଯାଏ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜୁନ ମାସରେ ବି କମିନି ତାତି । ଗରମକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ସରକାର । ୧୯ ତାରିଖରୁ ୨୫ ତାରିଖ ଯାଏଁ ହେବ ସକାଳୁଆ ସ୍କୁଲ । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ପୂବରୁ ୬ ଟି ଜିଲ୍ଲାରେ ଗରମ ଯୋଗୁ ଖରା ଛୁଟି ବୃଦ୍ଧି ଘୋଷଣା କରାଯାଇଥିଲା । ହେଲେ ଖରାକୁ ଦୃଷ୍ଟିରେ ରଖି ପୁରୀରେ ୨୨ ତାରିଖ ଯାଏ ସ୍କୁଲ ଛୁଟି ଅବଧି ବୃଦ୍ଧି କରିଛନ୍ତି ସରକାର । ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଆସନ୍ତା ୨୨ ତାରିଖ ଯାଏ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛୁଟି ଅବଧି ବୃଦ୍ଧି କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    72 %
    2.1kmh
    99 %
    Thu
    26 °
    Fri
    36 °
    Sat
    37 °
    Sun
    38 °
    Mon
    37 °

    ସମ୍ବନ୍ଧିତ