କେନ୍ଦ୍ରାପଡ଼ା : ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବେ ଚାମେଲି ଓଝା । ଅଭିଯୁକ୍ତଙ୍କ ଗିରଫ ଏବଂ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବି କରିଛନ୍ତି କେନ୍ଦ୍ରାପଡ଼ା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା। ଦାବି ପୂରଣ ନହେଲେ ୨୪ ତାରିଖରେ କେନ୍ଦ୍ରାପଡ଼ା ଏସପିଙ୍କ ଅଫିସ ଆଗରେ ଧାରଣାରେ ବସିବେ କହିଛନ୍ତି ଚାମେଲି । ଏନେଇ ଡିଜିପି ଓ ଆଇଜିଙ୍କୁ ଚିଠି ଲେଖି ଜଣାଇଲେ ଚାମେଲି । ୭ ଅଭିଯୁକ୍ତ ଓ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ ।
୭ ଦିନପରେ ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲେ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିବା ସରପଞ୍ଚ ଚାମେଲି ଓଝା l ହସ୍ପିଟାଲରୁ ବାହାରିବା ପରେ ଜିଲ୍ଲା ପ୍ରଶାସନକୁ ଭେଟି ଆଲୋଚନା କରିଥିଲେ l ତେବେ ଘଟଣାର ସପ୍ତାହକ ପରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ BDO ରବିନାରାୟଣ ଆଚାର୍ଯ୍ୟ l
ହସ୍ପିଟାଲ ପକ୍ଷରୁ ଡିସଚାର୍ଜ ଡକ୍ୟୁମେଣ୍ଟ ଦେବାରେ ବିଳମ୍ବ ଯୋଗୁଁ ପୂର୍ବାହ୍ନ ୧୦ଟା ପରିବର୍ତେ ଦିନ ଦୁଇଟାରେ ହସ୍ପିଟାଲରୁ ବାହାରି ସିଧା ପହଞ୍ଜି ଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ l ଜୁନ ୧୧ ରେ ଅସୁସ୍ଥତା ଯୋଗୁଁ ହସ୍ପିଟାଲ ରେ ଭର୍ତି ହୋଇଥିଲେ ଚାମେଲି l ତେବେ ଏହି ବିବାଦର ସପ୍ତାହକ ପରେ ଆଜି ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ BDO ମୁହଁ ଖୋଲିଲେ l ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ କହିଲେ, ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛି ମୋ ସାନ ଭଉଣୀ ଚାମେଲି l
ଅନ୍ୟପକ୍ଷରେ ଚାମେଲି ବିଧାୟକଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି l ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା ସରପଞ୍ଚ ସଂଘ ଜିଲାପାଳଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦେବ ବୋଲି ଚାମେଲି କହିଛନ୍ତି l ସେ ପୋଲିସ DG ଓ IG ଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି l ଯଦି DG ତାଙ୍କୁ ୭ ଦିନ ମଧ୍ୟରେ ନ୍ୟାୟ ନଦିଅନ୍ତି ତେବେ ଆସନ୍ତା ୨୪ ତାରିଖରେ ଚାମେଲି କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରିବେ ବୋଲି ଚେତାବନୀ ଦେଇଛନ୍ତି l
ଘଟଣା ଘଟିବା ପରେ ଆଜି ମହାକାଳପଡ଼ା BDO ରବିନାରାୟଣ ଆଚାର୍ଯ୍ୟ ମଧ୍ୟ ମୁହଁ ଖୋଲିଛନ୍ତି l ମନା କରିବା ସତ୍ତ୍ୱେ ଚାମେଲି ସେଦିନ ଭିଡିଓ ରେକର୍ଡିଙ୍ଗ କରିଥିବା ନେଇ BDO ଅଭିଯୋଗ କରିଛନ୍ତି l ତେବେ ତିଖିରି ପଞ୍ଚାୟତର କୈଣସି ପ୍ରୋଜେକ୍ଟ ବିଲ ପେଣ୍ଡିଂ ନାହିଁ ବୋଲି BDO କହିଛନ୍ତି l
ତେବେ ବିବାଦର ତୁରନ୍ତ ସମାଧାନ ହେଉ ଏବଂ ବ୍ଲକ୍ କାର୍ଯ୍ୟ ସ୍ୱାଭାବିକ ହେଉ ବୋଲି BDO କହିଛନ୍ତି l ଯଦି ନ୍ୟାୟିକ ତଦନ୍ତ କରାଗଲେ ସେ ସହଯୋଗ କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆଜି ହସ୍ପିଟାଲରେ ଚାମେଲିଙ୍କୁ ରାଜ୍ୟ ଜିଲ୍ଲାପରିଷଦ ସଂଘର କର୍ମକର୍ତ୍ତାମାନେ ଭେଟିଛନ୍ତି l ୯ ଜଣ ଜିଲ୍ଲାପରିଷଦ ଅଧ୍ୟକ୍ଷ ହସ୍ପିଟାଲ୍ ରେ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ l
