Thursday, April 2, 2026
38.5 C
Odisha

    ଖୋଲିଲା ରତ୍ନଭଣ୍ଡାର; ଭିତରୁ ଶୁଭୁଛି ଭୟଙ୍କର ଶବ୍ଦ!

    ଆଗକୁ ପଢନ୍ତୁ

    ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲାଯାଇଛି। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି।  ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ।  ରତ୍ନ ଅଳଙ୍କାର ଗଣତି ହେବନାହିଁ । ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯାଇଛନ୍ତି।  ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ , ରତ୍ନଭଣ୍ଡାର ସବ୍ କମିଟିର ଜଣେ , ହାଇଲେବୁଲ୍ କମିଟିର ଦୁଇ ଜଣ ସଦସ୍ୟ ,  ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର , ଭଣ୍ଡାର ମେକାପ, ଚଢାଉ କରଣ ଓ ଦେଉଳ କରଣ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଶେଷଥର ପାଇଁ ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲିଥିଲା। ରବିବାର ରତ୍ନଭଣ୍ଡାରର ଅଳଙ୍କାରକୁ ରଖିବା ପାଇଁ ପୁରୀରେ ପହଞ୍ଚିଛି ୬ଟି ସିନ୍ଦୁକ। ତେବେ ପ୍ରାଥମିକ ସୂଚନା ମୁତାବକ, ଶାଗୁଆନ୍ କାଠରେ ଏହି ସିନ୍ଦୁକକୁ ପ୍ରସ୍ତୁତ କରାଯାଇଛି। ତା ସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି। ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ