ହରଭଙ୍ଗା : ଗଛକୁ ଧକ୍କା ଦେଲା ତୀର୍ଥ ଯାତ୍ରୀ ବସ, ୧୮ ଆହତ, ୩ଗୁରୁତର । ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ରଇଠାଣୀ ନିକଟରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ ସମଲେଶ୍ବରୀ ଦର୍ଶନ ପାଇଁ ଯାଉଥିବା ବେଳେ ଆଜି ଭୋର ସମୟରେ ରଇଠାଣୀ ନିକଟରେ ରାସ୍ତା କଡ ଗଛକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ବୌଦ୍ଧ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସl କରାଯିବା ପରେ ଅନ୍ୟ ଏକ ବସରେ ଘରକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ପରେ ବସ ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଡ୍ରାଇଭରଙ୍କୁ ନିଦ ଆସି ଯିବାରୁ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।

