Saturday, February 21, 2026
33.5 C
Odisha

    ଗଡିଲା ନନ୍ଦିଘୋଷ ରଥ

    ଆଗକୁ ପଢନ୍ତୁ

    ପୁରୀ : ଆଜି ସକାଳ ୯ଟା ୩୦ମିନିଟରେ ପୁଣି ଆରମ୍ଭ ହେଲା ରଥଟଣା । ଗତକାଲି ଗୁଣ୍ଡିଚା ଯାତ୍ରାରେ ମାତ୍ର ୧୦୦ମିଟର ଗଡିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା । ରାତି ୭ଟା ୪୬ମିନିଟରେ ନନ୍ଦିଘୋଷ ପାହୁଣ୍ଡେ ଗଡି ଅଟକି ରହିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ତିନୋଟି ସ୍ଥାନରେ ଅଟକି ରହିଥିଲେ । ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ରଥ ଅଟକି ଯାଇଥିଲା । ମାନ ଅଭିମାନ ଭୁଲି ମନୁଆ ଠାକୁର ଶେଷରେ ମାନିଛନ୍ତି ଏବଂ ଅନୁମତି ଦେଇଛନ୍ତି ରଥକୁ ଆଗକୁ ନେବା ପାଇଁ । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ କମ୍ପି ଉଠିଛି ବଡଦାଣ୍ଡ । ଏହାପରେ ଗଡିଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଆଜି ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଛି । ବଡ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମରୀଚିକୋଟ ଛକରୁ ଆଗେଇ ଚାଲିଥିବା ବେଳେ ପଛରେ ଆସୁଛନ୍ତି କାଳିଆ ସାଆନ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ