Sunday, January 11, 2026
20.4 C
Odisha

    ଗଡିଲା ନନ୍ଦିଘୋଷ ରଥ

    ଆଗକୁ ପଢନ୍ତୁ

    ପୁରୀ : ଆଜି ସକାଳ ୯ଟା ୩୦ମିନିଟରେ ପୁଣି ଆରମ୍ଭ ହେଲା ରଥଟଣା । ଗତକାଲି ଗୁଣ୍ଡିଚା ଯାତ୍ରାରେ ମାତ୍ର ୧୦୦ମିଟର ଗଡିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା । ରାତି ୭ଟା ୪୬ମିନିଟରେ ନନ୍ଦିଘୋଷ ପାହୁଣ୍ଡେ ଗଡି ଅଟକି ରହିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ତିନୋଟି ସ୍ଥାନରେ ଅଟକି ରହିଥିଲେ । ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ରଥ ଅଟକି ଯାଇଥିଲା । ମାନ ଅଭିମାନ ଭୁଲି ମନୁଆ ଠାକୁର ଶେଷରେ ମାନିଛନ୍ତି ଏବଂ ଅନୁମତି ଦେଇଛନ୍ତି ରଥକୁ ଆଗକୁ ନେବା ପାଇଁ । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ କମ୍ପି ଉଠିଛି ବଡଦାଣ୍ଡ । ଏହାପରେ ଗଡିଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଆଜି ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଛି । ବଡ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମରୀଚିକୋଟ ଛକରୁ ଆଗେଇ ଚାଲିଥିବା ବେଳେ ପଛରେ ଆସୁଛନ୍ତି କାଳିଆ ସାଆନ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    24 %
    2kmh
    1 %
    Sun
    19 °
    Mon
    28 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ