Monday, January 12, 2026
13.1 C
Odisha

    ଗଦି ନହେଲେ ଜେଲରେ ଆରାମରେ ଶୋଇ ପାରୁ ନାହାନ୍ତି ଲୁଥ୍ରା ବ୍ରଦର୍ସ, କୋର୍ଟ ରଖିଲେନି ଅନୁରୋଧ

    ଆଗକୁ ପଢନ୍ତୁ

    ଗୋଆ : ଜେଲରେ ଆରାମରେ ଶୋଇପାରୁନାହାନ୍ତି ଲୁଥ୍ରା ବ୍ରଦର୍ସ । ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ଡନଲପ ଗଦି ଯୋଗାଇ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ ବିଚାରପତି ଗଦି ପାଇଁ ଅନୁରୋଧକୁ ଖାରଜ କରିଦେଇଛନ୍ତି । ଗୋଆର ଆରପୋରାରେ ଥିବା ବିର୍ଚ୍ଚ ବାଏ ରୋମିଓ ଲେନ ନାଇଟକ୍ଲବରେ ଅଗ୍ନିକାଣ୍ଡ ମାମଲାରେ ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତ ସୌରଭ ଓ ଗୌରବ ଲୁଥ୍ରାଙ୍କୁ ୫ ଦିନ ପାଇଁ ପୋଲିସ ରିମାଣ୍ଡକୁ ପଠାଇଛନ୍ତି କୋର୍ଟ । ଗୋଆ ​କୋର୍ଟରେ ହାଜର ସମୟରେ ଲୁଥ୍ରା ବ୍ରଦର୍ସ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଗଦି ପାଇଁ ଅନୁରୋଧ କରିଥିଲେ । ଜଣେ ଭାଇ ଅଣ୍ଟା ବିନ୍ଧା ଏବଂ ଅନ୍ୟ ଜଣେ ମେରୁଦଣ୍ଡ ତଳ ହାଡ଼ ସମସ୍ୟା ଥିବା କହି ଶୋଇବା ପାଇଁ ଏକ ଭଲ ‘ଡନ୍ ଲପ୍ ଗଦି’ ମାଗିଥିଲେ । କୋର୍ଟ ତୁରନ୍ତ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲେ। ଡାକ୍ତରୀ ରିପୋର୍ଟରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଥିଲା ।

    ଏହା ପରେ ବିଚାରପତି ଗଦି ପାଇଁ ସେମାନଙ୍କ ଅନୁରୋଧକୁ ଖାରଜ କରି କରିଦେଇଥିଲେ । ଗତ ୬ ତାରିଖ ରାତିରେ ଗୋଆର ଆରପୋରାରେ ଥିବା ବିର୍ଚ୍ଚ ବାଏ ରୋମିଓ ଲେନ ନାଇଟକ୍ଲବରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡର ମାତ୍ର କିଛି ଘଣ୍ଟା ମଧ୍ୟରେ ନାଇଟକ୍ଲବ ମାଲିକ ଦେଶ ଛାଡି ଥାଇଲାଣ୍ଡ ଚାଲିଯାଇଥିଲେ । ଥାଇଲାଣ୍ଡରୁ ପ୍ରତ୍ୟର୍ପଣ ପରେ ମଙ୍ଗଳବାର ଲୁଥ୍ରା ବ୍ରଦର୍ସ ଦିଲ୍ଲୀରେ ପହଞ୍ଚିଥିଲେ । ଏୟାରପୋର୍ଟରେ ପହଞ୍ଚିବା ପରେ ଦୁଇ ଭାଇଙ୍କୁ ଗୋଆ ପୋଲିସ ଗିରଫ କରିଥିଲା । ପଟିଆଲା ହାଉସକୋର୍ଟ ସେମାନଙ୍କୁ ୪୮ ଘଣ୍ଟାର ଟ୍ରାଞ୍ଜିଟ ରିମାଣ୍ଡରେ ପଠାଇଥିଲେ । ଗୋଆ ପୋଲିସ ସେମାନଙ୍କୁ ନେଇ ଫେରିବା ପରେ ସେଠାରେ ଅଦାଲତର ହାଜର କରିଥିଲା । ପୋଲିସ କହିଛି ଗୋଆର ବର୍ଚ୍ଚ ବାଏ ରୋମିଓ ଲେନ ନାଇଟ କ୍ଲବରେ ରେ ନିଆଁ ଲିଭାଇବା ବ୍ୟବସ୍ଥା ନଥିଲା । ଜରୁରୀକାଳୀନ ଦ୍ୱାର ମଧ୍ୟ ନଥିଲା । ତଥାପି ସେମାନେ ବେଆଇନ ଭାବେ ବାଣ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ । ଫଳରେ୨୫ ଜଣଙ୍କ ଜୀବନ ଗଲା ।​ ଲୁଥ୍ରା ବ୍ରଦର୍ସଙ୍କ ବିରୋଧରେ ବିରୋଧରେ ହତ୍ୟା ଭଳି ଗୁରୁତର ଦଫା ଲଗାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    13.1 ° C
    13.1 °
    13.1 °
    38 %
    1.1kmh
    11 %
    Mon
    27 °
    Tue
    28 °
    Wed
    28 °
    Thu
    29 °
    Fri
    30 °

    ସମ୍ବନ୍ଧିତ