Thursday, November 13, 2025
23.8 C
Odisha

    ଗରିବ ରୋଗୀଙ୍କୁ ମିଳୁନି ଔଷଧ, ପଡ଼ିଆରେ ପଡିଛି କୁଢ଼ କୁଢ଼ ମେଡିସିନ୍

    ଆଗକୁ ପଢନ୍ତୁ

    ପଡ଼ିଆରେ ପଡିଛି କୁଢ଼ କୁଢ଼ ମେଡିସିନ୍ । ତାହା ପୁଣି ସରକାରୀ ଔଷଧ । ସରକାରୀ ଔଷଧ ଏବଂ ସିରପକୁ ନେଇ ଖେଳ ପଡିଆରେ ଫୋପଡ଼ା ଯାଇଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା ହାଇସ୍କୁଲ ଖେଳ ପଡିଆରେ । ଖେଳ ପଡିଆର ଏକ କୋଣରେ ଓଡିଶା ସରକାରଙ୍କ ଦ୍ୱାରା ସରକାରୀ ମେଡିକାଲରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ଔଷଧ ଫୋପାଡ଼ି ଦିଆଯାଇଛି । କେବଳ ଔଷଧ ନୁହେଁ ସେଥିରେ ସିରପ ମଧ୍ୟ ରହିଛି । ଆଣ୍ଟିବାଇଓଟିକ, ସିରପ, ବିଭିନ୍ନ ପ୍ରକାର ଜରୁରୀ ଔଷଧ ଫୋପଡ଼ା ଯାଇଛି । କିଛି ଔଷଧ ଏକ୍ସପାଏର ହୋଇ ନଥିବା ବେଳେ କିଛି ଏକ୍ସପାଏର ହୋଇଯାଇଛି ।

    ବିଭିନ୍ନ ରୋଗ ପାଇଁ ଜନସାଧାରଣମାନେ ଯେଉଁଭଳି ମାଗଣାରେ ଔଷଧ ପାଇପାରିବେ ସେଥିପାଇଁ ସରକାରଙ୍କ ତରଫରୁ ଔଷଧ ଯୋଗାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରାମାଞ୍ଚଳମାନଙ୍କରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଭିନ୍ନ ଔଷଧ ଯୋଗାଯାଇଥାଏ । କିନ୍ତୁ ପରିତାପର ବିଷୟ ହଜାର ହଜାର ଟଙ୍କାର ଔଷଧ ଏଭଳି ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ ଔଷଧ ଆମର ନୁହେଁ ବୋଲି କହିଛନ୍ତି ଉପଖଣ୍ଡ ଚିକିତ୍ସା ଅଧିକାରୀ । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଆସିଲେ ନିଶ୍ଚିତ ତଦନ୍ତ ହେବ ବୋଲି ଦେଇଛନ୍ତି ପ୍ରତିକ୍ରିୟା ।

    ପ୍ୟାକେଟ ପ୍ୟାକେଟ ଔଷଧ ଅଳିଆ ଗଦାରେ ପଡ଼ିଥିବା ବେଳେ ତାହା ଉପରେ କାହାରି ନଜର ନାହିଁ । ତେବେ କିଏ ଏବଂ କଣ ପାଇଁ ଏହି ଔଷଧ ଏଭଳି ଫୋପାଡ଼ିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    46 %
    1.9kmh
    2 %
    Thu
    22 °
    Fri
    25 °
    Sat
    25 °
    Sun
    25 °
    Mon
    26 °

    ସମ୍ବନ୍ଧିତ