ଆଗରୁ ଅଧିକାଂଶ ଲୋକେ ନଳକୂଅ ପାଣି ବ୍ୟବହାର କରୁଥିଲେ । କିନ୍ତୁ ନଳକୂଅ ପାଣି ପିଇବା ତ ଦୂରର କଥା ନଳକୂଅ ଦେଖିବାକୁ ମିଳୁନାହିଁ । ଯୁଗ ପରିବର୍ତ୍ତନ ସହିତ ଲୋକମାନେ ସେମାନଙ୍କ ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ପ୍ରଥମେ ଲୋକେ ଫିଲ୍ଟର ପାଣି ପିଉଥିଲେ । କିନ୍ତୁ ଏବେ ଆକ୍ବାଗାର୍ଡ ପାଣିକୁ ପିଉଛନ୍ତି । ନଳକୂଅ ପାଣିରେ ଆର୍ସେନିକ୍ ନାମକ ଏକ ବିଷାକ୍ତ ଥାଏ । ଯାହା ପ୍ରେଗ୍ନେଣ୍ଟ ମହିଳାଙ୍କ ପାଇଁ ଯେତିକି କ୍ଷତି ପହଞ୍ଚିଥାଏ ତା ଦ୍ବିଗୁଣ ପିଲା ଉପରେ ଖରାପ ପ୍ରଭାବ ପକାଇଥିଲେ । ଯାହା ଚିନ୍ତାର କାରଣ ପାଲଟୁଛି । ସହର ଲୋକମାନେ ନଳକୂଅ ପାଣି ପିଇନଥାନ୍ତି । ହେଲେ ଗାଁରେ ଏମିତି ବି କିଛି ପରିବାର ରହୁଛନ୍ତି ଯେଉଁମାନେ ଗରିବ ଶ୍ରେଣୀର ରହିଛନ୍ତି । ଅଭାବ ଅନାଟନ ପାଇଁ ସେମାନେ ନଳକୂଅ ପାରି ପିଇଥାନ୍ତି । ହେଲେ ଆଉ କିଛି ମହିଳା ମଧ୍ୟ ଅଛନ୍ତି ଯେଉଁମାନେ ନଳକୂଅ ପାଣିର ଖରାପ ପ୍ରଭାବ ସମ୍ପର୍କରେ ଜାଣିନଥାନ୍ତି । ତେଣୁ ଏପରି ପରିସ୍ଥିତିରେ ସମସ୍ତଙ୍କୁ ଏହି ଗମ୍ଭୀର ସମସ୍ୟା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ପାଇଁ ଆର୍ସେନିକ୍ ବିଶେଷ କ୍ଷତିକାରକ। ଗବେଷଣାରୁ ଜଣାପଡିଛି ଯେ ପାଣିରେ ଆର୍ସେନିକ୍ ମାତ୍ରାର ମାତ୍ରା ମଧ୍ୟ ଅକାଳ ଜନ୍ମର କାରଣ ହୋଇପାରେ। ଏହା ଦ୍ୱାରା ଶିଶୁମାନେ ବହୁତ କମ୍ ଓଜନ ସହିତ ଜନ୍ମ ନେଇଥାନ୍ତି । ଏହି ପିଲାମାନେ ଜୀବନସାରା ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇପାରନ୍ତି । ଯାହା ମସ୍ତିଷ୍କ ବିକାଶରେ ଧୀରତା, ଶୀଘ୍ର ନ ଶିଖିବା , ମଧୁମେହ, ହୃଦ୍ ସମସ୍ୟା ଏବଂ ଦୁର୍ବଳତା ଭଳି ସମସ୍ୟାର ସମ୍ମୁଖୀନ କରିଥାନ୍ତି । ଏହା ଶରୀରରେ ହରମୋନ ସନ୍ତୁଳନକୁ ବିଚଳିତ କରିପାରେ,
ଡିଏନଏ ଏବଂ ଅଙ୍ଗଗୁଡ଼ିକର ବିକାଶରେ ବାଧା ସୃଷ୍ଟି କରିପାରେ । ଶରୀରରେ ପୋଷକ ତତ୍ତ୍ୱକୁ ସଠିକ୍ ଭାବରେ ଶୋଷିତ ହେବାକୁ ଦେଇନଥାଏ । ଏହା ଛଡ଼ା ପରିୟର୍ଡରେ ମଧ୍ୟ ଅସୁବିଧା ଦେଖାଦେଇଥାଏ । ଯଦି କେହି ଆର୍ସେନିକ୍ ସଂସ୍ପର୍ଶରେ ଆସେ, ତେବେ ତାଙ୍କୁ ଚର୍ମ, କୋଲନ, ସ୍ତନ, କିଡନୀ ଏବଂ ଅନ୍ୟାନ୍ୟ ପ୍ରକାରର କର୍କଟ ରୋଗ ହୋଇପାରେ । ଏହା ସହିତ, ଲୋକଙ୍କ ହୃଦୟ ସମସ୍ୟା ମଧ୍ୟ ହୋଇପାରେ ।
ବିଶେଷଜ୍ଞମାନେ କୁହନ୍ତି ଯେ ନଳକୂପ ପାଣିରେ ଆର୍ସେନିକ୍ ସୀମାକୁ ଆହୁରି ହ୍ରାସ କରାଯିବା ଉଚିତ ଯାହା ଦ୍ଵାରା ଏହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିବ ନାହିଁ । ନଳକୂପ ପାଣି ନିୟମିତ ଯାଞ୍ଚ କରାଯିବା ଉଚିତ । ବିଶେଷକରି ଗର୍ଭବତୀ ମହିଳା ଏବଂ ପିଲାମାନଙ୍କ ପାଇଁ ଫିଲ୍ଟର କିମ୍ବା ଫିଲ୍ଟର ପାଣି ବ୍ୟବହାର କରନ୍ତୁ ।