Wednesday, March 4, 2026
34.8 C
Odisha

    ଗାଁକୁ ମାଡ଼ି ଗଲା ଟ୍ରକ, ଭାଙ୍ଗିଲା ଘର

    ଆଗକୁ ପଢନ୍ତୁ

    ଭଦ୍ରକ: ଧୋକା ଦେଲା ଗୁଗଲ ମ୍ୟାପ । ଗାଁକୁ ମାଡ଼ି ଗଲା ଟ୍ରକ, ଭାଙ୍ଗିଲା ଘର ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଦିଗଛିଆରେ । ଆଜି ଭୋରରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା ।  ଡ୍ରାଇଭରଙ୍କୁ ରାସ୍ତା ଜଣା ନ ଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡ଼ି ଚଳାଉ ଥିଲେ ।  ମାତ୍ର ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତରକୁ ନେଇ ଯାଇଥିଲେ ।  ଅଣଓସରିଆ ଗାଁ ଭିତରେ ବଡ଼ ଟ୍ରକଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡ଼ି ଯାଇଥିଲା ।   ଏହା ଦେଖି ଗାଁ ଲୋକେ ବାଂଶଡ଼ା ଥାନା ପୋଲିସକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ବାଂଶଡ଼ା ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡ଼ିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.8 ° C
    34.8 °
    34.8 °
    11 %
    3.5kmh
    3 %
    Wed
    34 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ